ସଂକ୍ରମଣ ବଢ଼ୁଛି, ଶ୍ରମିକ ଫେରୁଛି : ମାଲକାନଗିରି ମୋଟୁ ଅଂଚଳରୁ ଆସିଲା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ାର ଚିତ୍ର

Advertisment
ସଂକ୍ରମଣ ବଢ଼ୁଛି, ଶ୍ରମିକ ଫେରୁଛି : ମାଲକାନଗିରି ମୋଟୁ ଅଂଚଳରୁ ଆସିଲା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ାର ଚିତ୍ର

କନକ ବ୍ୟୁରୋ : କରୋନର ପୁରୁଣା ସ୍ଥିତି ପୁଣି ଫେରୁଛି । ୨୦୨୦ର ସ୍ଥିତି, ୨୦୨୧ରେ ତାଜା ହେଉଛି । ସେ ଶ୍ମଶାନର ଦୃଶ୍ୟ ହେଉ ବା ଡାକ୍ତରଖାନାର ଦୃଶ୍ୟ । ଆଉ ଏ ହେଉଛି ରାଜ୍ୟର ସୀମାନ୍ତବର୍ତୀ ଅଂଚଳର ଦୃଶ୍ୟ । ମାଲକାନଗିରି ଦେଇ ଓଡ଼ିଶା ପ୍ରବେଶ କରିବାକୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଆନ୍ତରାଜ୍ୟ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ତେବେ ଯାତ୍ରୀଙ୍କୁ ଭୁବନେଶ୍ୱର ବ୍ରହ୍ମପୁର ଛାଡ଼ି ଦେବା କଥା କହି ସୀମା ଆର ପଟେ ହଜାର ହଜାର ଟଙ୍କା ଠକି ନେଉଛି ଘରୋଇ ବସ୍ । ହାଇଦ୍ରାବାଦରୁ ମାଲକାନଗିରି ବସ୍ ଭଡ଼ା ୭୦୦ ଟଙ୍କା ଭଡା ହୋଇଥିବା ବେଳେ ଯାତ୍ରୀଙ୍କ ଠାରୁ ୨ ହଜାରରୁ ୨୫ଶହ ଟଙ୍କା ଆଦାୟ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe