କନକ ବ୍ୟୁରୋ : ମରିଗଲା ମାନବିକତା । କରୋନା ଭୂତାଣୁ ସଂକ୍ରମଣର ଭୟ ଏମିତି ଘାରିଛି ଯେ, ନବଜାତ ଶିଶୁଙ୍କୁ ବି ଛୁଇଁବାକୁ ରାଜି ନୁହନ୍ତି ସ୍ୱାସ୍ଥ୍ୟକର୍ମୀ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଘଂଟା ଘଂଟା ଧରି ଆମ୍ବୁଲାନ୍ସରେ ରହିଲେ ନବଜାତ ଶିଶୁ ।
ରକ୍ତ ଜୁଡୁବୁଡୁ ହେଇ ପ୍ରସବ ବେଦନାରେ ଛଟପଟ ହେଉଥିଲେ ପ୍ରସୁତୀ । ଡାକ୍ତରଖାନା ପରିସରରେ ଆମ୍ବୁଲାନ୍ସ ଭିତରେ ହିଁ ଜମଜ ଶିଶୁଙ୍କୁ ଜନ୍ମଦେଲେ । ଦୀର୍ଘ ସମୟ ଧରି ମା ଓ ନବଜାତ ଶିଶୁ ଆମ୍ବୁଲାନ୍ସ ଭିତରେ ରହିଥିବାବେଳେ କରୋନା ପରୀକ୍ଷା ହୋଇନଥିବାରୁ ପାଖ ମାଡିନଥିଲେ ହସ୍ପିଟାଲ କର୍ମଚାରୀ । ଶେଷରେ ମେଡିକାଲ ଏଡିଏମଓଙ୍କ ପାଖରେ ପଂହଚିବାରୁ ଡ୍ୟୁଟିରେ ଥିବା ଡାକ୍ତରଙ୍କ ହସ୍ତକ୍ଷେପ ପରେ ମା ଓ ନବଜାତ ଶିଶୁଙ୍କୁ ୱାର୍ଡ ଭିତରକୁ ନିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/10-28.jpg)