ସ୍ୱାଭିମାନ ଅଂଚଳରେ ମହିଳାଙ୍କ ମାଓବାଦୀ ସଂହାରର ଆସିଲା ଏକ୍ସକ୍ଲୁସିଭ ଚିତ୍ର । ମାଓବାଦୀ ଗୁଳିଫୁଟାଇବା ପରେ ଆକ୍ରମଣରେ ମରିଥିଲା ଜଣେ ମାଓବାଦୀ ।

288

କନକ ବ୍ୟୁରୋ : ଶନିବାର ଦିନ ସ୍ୱାଭିମାନ ଅଂଚଳର ମହିଳା ଦେଖାଇଥିଲେ ଏକତାର ଶକ୍ତି । ଏହି ଏକତାର ଶକ୍ତିରେ ଜନ୍ତୁରାଇ ଗାଁରେ ମାଓବାଦୀଙ୍କୁ ସଂହାର କରିଛନ୍ତି ମହିଳା । ସେହି ଆକ୍ରମଣ ସମୟର ଭିଜୁଆଲ କନକ ନ୍ୟୁଜ ହାତରେ ଲାଗିଛି । କେମିତି ହାତରେ ଏକ ହ୍ୟାଣ୍ଡ ଗ୍ରେନେଡ ଧରି ଠିଆ ହୋଇଛି ମାଓବାଦୀ । ଆଉ ଏହି ମାଓବାଦୀକୁ ଘେରି ରହିଛନ୍ତି ମହିଳାମାନେ । ବିକାଶ ବିରୋଧୀ ମାଓବାଦୀଙ୍କୁ ଗୋଟିଏ ପରେ ଗୋଟିଏ କରି ୩୦ ବର୍ଷର ହିସାବ ମାଗୁଛନ୍ତି ମହିଳା । ଆଉ ହିସାବ ନିକାଶ ପରେ ଯାହା ଘଟିଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଗୋଟିଏ ଗୁଳି ଫୁଟିବାର ଶଦ୍ଦ ଶୁଣି ବନ୍ଧୁକଧାରୀଙ୍କ ଉପରେ ଆକ୍ରମଣ କରିଥିଲେ ସାହାସି ମହିଳାମାନେ । ପଛକୁ ଫେରିବା ବଦଳରେ କାଠ ଫାଳିଆରେ ଦୁଇ ମାଓବାଦୀଙ୍କୁ ପିଟି ପିଟି ସାବାଡ କରି ଦେଲେ । ଆଉ ମହିଳାଙ୍କ ଏହି ଉଗ୍ରରୂପ ଦେଖି ଖସି ପଳାଇଥିଲେ ମାଓବାଦୀ । ଏହି ଆକ୍ରମଣରେ ମାଓ ସଦସ୍ୟ ଆଡମା ଓରଫ ଗଙ୍ଗା ମାଢି ଘଟଣାସ୍ଥଳରେ ପ୍ରାଣ ହରାଇଥିଲା । ଏହି ଘଟଣାରେ ଗୁରୁତର ହୋଇଥିବା ମାଓ ନେତା ତଥା ଏରିଆ କମିଟି ସଦସ୍ୟ କିରଣ ଏବେ ବି ଜୀବନ ସହ ସଂଗ୍ରାମ କରୁଛି । ଏହି ଘଟଣା ହିଁ ସ୍ପଷ୍ଟ କରୁଛି ଯେଉଁ ଆଦିବାସୀଙ୍କୁ ହାତ କରି ମାଓବାଦୀ ଦୀର୍ଘ ବର୍ଷ ଧରି ସେମାନଙ୍କର କାୟା ବିସ୍ତାର କରିଆସିଥିଲେ, ସେମାନେ ଏବେ ମାଓବାଦୀଙ୍କ ଉପରୁ ଭରସା ତୁଟାଇ ବିକାଶ ଆଡକୁ ଆସ୍ଥା ଦେଖାଇଛନ୍ତି ।