କନକ ବ୍ୟୁରୋ : ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଅଘଟଣ । ଦଳାଚକଟାରେ ୧୦ରୁ ଅଧିକ ଆହତ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କ ଚାଲିଛି ଚିକିତ୍ସା । ସାମାନ୍ୟ ଆହତ ହୋଇଥିବା କିଛି ଦର୍ଶକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ଥିଲା ମାଲ୍ୟବନ୍ତ ମହୋତ୍ସବର ତୃତୀୟ ସଂଧ୍ୟା । ୫୦ ହଜାରରୁ ଅଧିକ ଦର୍ଶକ ମହୋତ୍ସବରେ ଯୋଗଦେବା ପାଇଁ ଆସିଥିଲେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ୍ ହୋଇଥିଲା ପୋଲିସ ।
ଭିଡ ନିୟନ୍ତ୍ରଣ ପାଇଁ ମାଲ୍ୟବନ୍ତ ପଡ଼ିଆର ମୁଖ୍ୟ ଫାଟକକୁ ପୋଲିସ ବନ୍ଦ କରିଦେଇଥିବା କୁହାଯାଉଛି । ଏଥିପାଇଁ ଠେଲାପେଲା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ଓ ଆହତମାନେ କହିଛନ୍ତି । ତୃତୀୟ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କଣ୍ଠଶିଳ୍ପୀ ମଂଟୁ ଛୁରିଆ ଓ ଅସୀମା ପଣ୍ଡା । ଦୁଇ କଳାକାରଙ୍କ ଗୀତ ଶୁଣିବା ପାଇଁ ହଜାର ହଜାର ଦର୍ଶକ ଏକାଠି ହୋଇଥିଲେ । ଏହି ସମୟରେ ଠେଲାପେଲା ହେବାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Koya-Singa-Dance.jpg)