ମଣ୍ଡିରେ ଚାଲିଛି ଦଲାଲରାଜ : ଜାଲ ଟୋକନ କରି ଧାନ ବିକି ମାଲାମାଲ ହେଉଛି ଦଲାଲ

ଟୋକନ ନପାଇ ପ୍ରକୃତ ଚାଷୀ ଖୋଲା ବଜାରରେ ଶସ୍ତାରେ ବିକୁଛି ଧାନ; କାଲିମେଳାରୁ ସାମ୍ନାକୁ ଆସିଲା ଜାଲ ଦସ୍ତାବିଜର କଳା କାହାଣୀ

144

କନକ ବ୍ୟୁରୋ : ମଣ୍ଡିରେ ଚାଲିଛି ଦଲାଲରାଜ । କେମିତି ଦଲାଲଙ୍କ କବଜାରେ ଅଛି ମଣ୍ଡି, ମଣ୍ଡିରେ ଧାନ ରଖି କାହିଁକି ହଟହଟା ହୋଉଛନ୍ତି ପ୍ରକୃତ ଚାଷୀ ? ନିରୀହ ଆଦିବାସୀ ଚାଷୀଙ୍କ ଜମି ପଟ୍ଟାକୁ ଇଂଟରନେଟରୁ ବାହାର କରି ଦଲାଲମାନେ ନିଜକୁ ଚାଷୀଙ୍କ ପୁଅ ଓ ସଂପର୍କୀୟ ଦର୍ଶାଇ ଟୋକନ ହାତେଇ ନେଉଛନ୍ତି । ମଣ୍ଡିରେ ସରକାରୀ ଦରରେ ଧାନ ବିକ୍ରି କରୁଛନ୍ତି ଆଉ ପ୍ରକୃତ ଚାଷୀ ଟୋକନ ନପାଇ ଧାନ ବିକ୍ରିରୁ ବଂଚିତ ହେଉଛନ୍ତି ।

ମାଲକାନଗିରି କାଲିମେଳା ବ୍ଲକର ଲ୍ୟାମ୍ପରେ ହୋଇଛି ଏମିତି ଦୁର୍ନୀତି । କାଲିମେଳା ତେଲେରାଇ ଗାଁର ଆଦିବାସୀ ଚାଷୀ ସିଙ୍ଗା କଓାସୀ । ମଣ୍ଡିରେ ଧାନ ବିକିବା ପାଇଁ ଅପେକ୍ଷା କରିଥିଲେ । ହେଲେ ତାଙ୍କୁ ଟୋକନ ମିଳିଲା ନାହିଁ, ତେଣୁ ୧୨ଶହ ଟଙ୍କାରେ ବାହାର ବେପାରୀଙ୍କୁ ଧାନ ବିକ୍ରି କରିଥିଲେ । କିନ୍ତୁ ମିଂଟୁ ସିକଦାର ନାମକ ବ୍ୟଙ୍ଗୀୟ ବ୍ୟକ୍ତି, ସିଙ୍ଗାଙ୍କୁ ନିଜ ବାପା ଦର୍ଶାଇ ତାଙ୍କ ଟୋକନ ହାତେଇ ମଣ୍ଡିରେ ଧାନ ବିକ୍ରି କରିଛନ୍ତି । ପଇସା ବି ପାଇ ସାରିଥିବା ଯୋଗାଣ ବିଭାଗର ଏହି କାଗଜ ପତ୍ରରୁ ସ୍ପଷ୍ଟ ଜଣାପଡୁଛି ।