ମାଲକାନଗିରି : ମାଲକାନଗିରିରେ ଜାପାନୀ ଜ୍ୱରର ଆତଙ୍କ । ଦିନକୁ ଦିନ ବୃଦ୍ଦି ପାଇବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ୩୭ ଦିନରେ ୫୬ଶିଶୁଙ୍କ ଜୀବନ ନେଇଛି ଏହି ମହାମାରୀ । ଆଜି ପୁଣି ୨ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ପୋଡିଆ ବ୍ଲକ୍ ବର୍ଜାଗୁଡା ଗାଁର ୫ବର୍ଷର ରାମି ମାଢ଼ି ।
ଅନ୍ୟ ଜଣେ ହେଉଛି କୋରକୁଣ୍ଡା ପୋନାରଗୁଡା ଗାଁର ବର୍ଷକର ଶିଶୁ ସାହିଲ ମାଡକାମୀ । ଏବେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୦ରୁ ଅଧିକ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁୁ ଆଇସିୟୁରେ ଭର୍ତି କରାଯାଇଛି ।
ଲଗାତାର ଭାବରେ ଶିଶୁ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଛି । ସେପଟେ ଏହି ସମ୍ବେଦନଶୀଳ ଘଟଣାକୁ ପ୍ରସଙ୍ଗ କରିଛି କଂଗ୍ରେସ୍ । ଗତକାଲି ପି.ସି.ସି. ସଭାପତି ପ୍ରସାଦ ହରିଚନ୍ଦନ ଓ କଂଗ୍ରେସ ନେତା ପ୍ରଦୀପ ମାଝୀ ମୃତ ଶିଶୁଙ୍କ ପରିବାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣଙ୍କ ନାଁ ରେ ଥାନା ରେ ଏତଲା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-15-08h51m27s192.png)