ହୋଟେଲ ପାଲଟିଛି ମାଲକାନଗିରି ସବଜେଲ : ମୋଟା ଅଙ୍କର ଟଙ୍କା ନେଇ ଅପରାଧୀଙ୍କୁ ଦିଆଯାଉଛି ମାଛ ଓ ବିରିୟାନି

284

କନକ ବ୍ୟୁରୋ : ପାରୋଲରେ ଯାଇ ଜଣେ ହତ୍ୟା ଅପରାଧୀ କିଭଳି ନିୟମିତ ଜେଲକୁ ଆସୁଛନ୍ତି ଏବଂ ଜେଲ ଅନ୍ତେବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି, ତାର ଚିତ୍ର ହସ୍ତଗତ ହୋଇଛି । ମାଲାକାନଗିରି ସବଜେଲର ଜେଲର ସଂଜୟ ବର୍ମା ନିଜେ ସେହି ହତ୍ୟା ଅପରାଧୀଙ୍କୁ ଗାଡିରେ ବସାଇ ନେଉଛନ୍ତି । ଆଉ ଗାଡି ପଛରେ ବସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ହତ୍ୟା ମାମଲାରେ ସଜା କାଟିଥିବା ଗୁଣ୍ଡୁ ମାଦ୍ରି । ଏକ ହତ୍ୟା ମାମଲାରେ ୧୫ ବର୍ଷ ସଜା କାଟିବା ପରେ ପାରୋଲରେ ଘରକୁ ଫେରି ଥିଲେ ଗୁଣ୍ଡୁ । ହେଲେ ତାଙ୍କୁ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ଜେଲକୁ ଆସି ଚିକିତ୍ସା କରିବାକୁ ବାଧ୍ୟ କରା ଯାଉଥିବା ଅଭିଯୋଗ ହୋଇଛି ।

୨ ହଜାର ଟଙ୍କା ଓ ଜମି ପଟ୍ଟା ନଦେଲେ ଗୁଣ୍ଡୁଙ୍କୁ ଜେଲକୁ ଆସିବାକୁ ପଡିବ ବୋଲି କୁହା ଯାଇଥିଲା । ଏବଂ ଖୋଦ ଜେଲର ସେଇ ହତ୍ୟା ଅଭିଯୁକ୍ତ ଗୁଣ୍ଡୁ ମାଦ୍ରୀଙ୍କୁ ନିଜେ ଗାଡିରେ ବସାଇ ନେବା ଅଣା କରୁଥିଲେ । ପାରୋଲ ପରେ ବି ୮ ରୁ ୧୦ ଦିନ ଧରି ସେ ଜେଲ ଭିତରକୁ ଯାଇ ଅନ୍ତେବାସୀଙ୍କ ଚିକିତ୍ସା କରୁଥିଲେ । ସେହିପରି ମୋଟର ସାଇକେଲରେ ଗୁଣ୍ଡୁ ମାଦ୍ରୀଙ୍କୁ ମଧ୍ୟ ନେବା ଆଣିବା କରୁଛନ୍ତି ଜେଲର ହେଡ୍ ଓାର୍ଡର ବବୃବାହନ ନାୟକ । ଫାର୍ମାସିଷ୍ଟଙ୍କ ବଦଳି ପରେ ଜେଲରେ ଏପରି ଅଭାବନୀୟ ପରିସ୍ଥିତି ଲାଗିରହିଛି । ଗତ ଏକ ବର୍ଷରେ ଅବହେଳିତ ସ୍ୱାସ୍ଥ ସେବା ଯୋଗୁ ଜେଲରେ ୮ ଜଣ ଅନ୍ତେବାସୀ ପ୍ରାଣ ହରାଇ ଥିବା ଜଣାପଡିଛି ।

ସେହିପରି ଜେଲ ଭିତରେ ମାସିକ ୩ ରୁ ୫ ହଜାର ଟଙ୍କା ଦେଲେ ଜଣେ ଅନ୍ତେବାସୀ ଘଂଟା ଘଂଟା ଧରି ବାହାରେ କଥା ହବାର ସୁବିଧା ବି ରହିଛି । ସୁକଦେବ ବିଶ୍ୱାସ ନାମକ ଜଣେ ଅନ୍ତେବାସୀ ଜେଲ ଭିତରେ ମୋବାଇଲ ଫୋନରେ କଥା ହେଉଛନ୍ତି । ଗତ ମେ’ ୨୨ ତାରିଖ ଦିନ ପ୍ରାୟ ୧୦ ରୁ ୧୧ଟା ଭିତରେ ଏକ ଗଂଜେଇ ମାମଲାରେ ଜେଲରେ ଥିବା ଶୁକଦେବ ଖୋଲା ଖୋଲି ଭାବେ ଜେଲ ଭିତରୁ କଥା ହୋଉଛନ୍ତି । ଜେଲର ଲ୍ୟାଣ୍ଡଫୋନ ବାଦ ଜେଲ ଚାରିକାନ୍ଥ ଭିତରେ ୫ଟି ମୋବାଇଲ ଫୋନ ଥିବା ଜଣା ପଡିଛି । ଛଦ୍ମ ନାମରେ ୫ଟି ମୋବାଇଲ ନମ୍ବର ଆଣି ଜେଲରେ ବ୍ୟବସାୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କର୍ମଚାରୀ । ଏଥି ସହ ସୁଧାଂଶୁ ସେଖର କୁରାମି ନାମକ ଅନ୍ତେବାସୀ ସେଲ ଭିତରେ ୯୪୩୭୩୫୨୬୮୯ ନମ୍ବର ମୋବାଇଲ ଫୋନ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହି ମୋବାଇଲ ଫୋନଗୁଡିକର ଲୋକେସନ ଓ କଲ ଡିଟେଲ୍ସ ଯାଂଚ କଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ।

ଏତିକି ରେ ସରି ନାହିଁ ଜେଲରେ ବ୍ୟବସାୟର ଫର୍ଦ । ଜେଲରେ ଅନ୍ତେବାସୀଙ୍କୁ ନିୟମିତ ଚା, ମାଛ, ଚିକେନ ଆଦି ଦିଆଯାଉ ନଥିବା ବେଳେ କ୍ୟାନ୍ଟିନର ବ୍ୟବସାୟୀକରଣ କରାଯାଇଥିବା ଦେଖିବାକୁ ମିଲୁଛି । କ୍ୟାଣ୍ଟିନରେ ମାଛ, ଚିକେନ, ବିରିଆନି, ଚାହା, ଚିପ୍ସ ଆଦି ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି ଥିଲେ ଜେଲ କର୍ତୃପକ୍ଷ । ଗୃହ ସଚିବଙ୍କ ସମେତ ଜେଲ ଡିଜିଙ୍କୁ ମଧ୍ୟ ଏନେଇ ଅବଗତ କରାଇଛନ୍ତି ମାଲକାନଗିରି ଏସଡିସିର ଅଧ୍ୟକ୍ଷ ।