ନିଜ ସମ୍ପତ୍ତି ଭାବି ବିଧାୟକ ବାଣ୍ଟିଦେଲେ କି କୋଟି କୋଟି ଟଙ୍କା ? ବିନା ଟେଣ୍ଡରରେ ସରକାରୀ ଶିକ୍ଷକ ଥିବା ଜ୍ୱାଇଁଙ୍କ ହାତକୁ ଟେକିଦେଲେ ସରକାରୀ କାମ ।

Advertisment
ନିଜ ସମ୍ପତ୍ତି ଭାବି ବିଧାୟକ ବାଣ୍ଟିଦେଲେ କି କୋଟି କୋଟି ଟଙ୍କା ? ବିନା ଟେଣ୍ଡରରେ ସରକାରୀ ଶିକ୍ଷକ ଥିବା ଜ୍ୱାଇଁଙ୍କ ହାତକୁ ଟେକିଦେଲେ ସରକାରୀ କାମ ।
  • ସରକାରୀ ସ୍ତରରେ ଦୁର୍ନୀତି ହୁଏ ଏମିତି
  • ସୁପାରିଶରେ ବିଧାୟକଙ୍କ ଜ୍ୱାଇଁ ପାଉଛନ୍ତି ସରକାରୀ କାମ
  • ବିଧାୟକ କଲେ କ୍ଷମତାର ଅପବ୍ୟବହାର!

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୧୫ ପୃଷ୍ଠାର ଏକ ଦସ୍ତାବିଜ ଚିତ୍ରକୋଣ୍ଡାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଅସଲ ଚେହେରାକୁ ସାମ୍ନାକୁ ଆଣିଛି । ଏହି ଦସ୍ତାବିଜରେ ଦେଖିବାକୁ ମିଳିଛି ଯେ, ପାଙ୍ଗାମ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଧନ ନାଲିଙ୍କ ନାଁରେ ୧୬ ଲକ୍ଷ ୫୦ ହଜାର ଟଙ୍କାର ୪ଟି ସ୍କୁଲ ମରାମତି କାମ ଆବଣ୍ଟିିତ ହୋଇଛି । ଶିକ୍ଷକ ଧନ ନାଲିଙ୍କୁ କାମ ଦେବାକୁ ସୁପାରିଶ କରିଛନ୍ତି ପୂର୍ଣ୍ଣ ଚନ୍ଦ୍ର ବାକା ଆଉ ସଂପର୍କରେ ଧନ ନାଲି ବିଧାୟକଙ୍କ ଜ୍ୱାଇଁ ।

ସେହିପରି ସେହି ଦସ୍ତାବିଜରୁ, ଅଜୟ ବେଉରା ନାଁରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କାର ୩୨ଟି କାମ ଲାଗି ସୁପାରିଶ କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ । ତେବେ ପ୍ରଶ୍ନ ହେଉଛି ଅଜୟ ବେଉରାଙ୍କୁ ବିଧାୟକଙ୍କ ଏତେ ଅନୁକମ୍ପା କାହିଁକି? ସେ ମାଲକାନଗିରି ଜିଲ୍ଲାର ବାସିନ୍ଦା ନା ବିଜେଡି କର୍ମୀ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ଅନୁସୁଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଆଇଟିଡିଏ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ବଡ ଧରଣର ଦୁର୍ନୀତି ହୋଇଛି । ଆଇଟିଡିଏର ମୋଟ ୧୮୪ଟି ଛୋଟ ବଡ କାମ ଲାଗି ୫କୋଟି ୫୭ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ଏତେ ମୋଟା ଅଙ୍କର କାମକୁ ଟେଣ୍ଡର ନ କରି ଭାଗ ଭାଗ କରି ନିଜ ସମ୍ପର୍କୀୟ ଓ ଆନୁଗତ୍ୟଙ୍କ ମଧ୍ୟରେ ବିଜେଡି ନେତା ବାଣ୍ଟି ଦେଇଥିବା ଅଭିଯୋଗ ହେଉଛି । ତେବେ ଅଭିଯୋଗକୁ ଉଦ୍ଦେଶ୍ୟମୂଳକ କହିଛନ୍ତି ଚିତ୍ରକୋଣ୍ଡା ବିଧାୟକ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟର କାମକୁ ଭାଗ ଭାଗ କରି ଠିକାଦାରଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ମନ୍ଦ ଉଦ୍ଦେଶ୍ୟ ରଖି ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ ଏଭଳି କାର୍ଯ୍ୟ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଜଣେ ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷରୁ କମ କାମ, କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ଦେଇଦେବାର ଅର୍ଥ କଣ? ସରକାରୀ କଳର ଜାଣତରେ ଏଭଳି କାର୍ଯ୍ୟ ହେଉଛି ନା ରାଜନେତା ନିଜ କ୍ଷମତାର କରୁଛନ୍ତି ଦୁରୁପଯୋଗ? ତାହା ହିଁ ଏବେ ବଡ ପ୍ରଶ୍ନ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe