- ସରକାରୀ ସ୍ତରରେ ଦୁର୍ନୀତି ହୁଏ ଏମିତି
- ସୁପାରିଶରେ ବିଧାୟକଙ୍କ ଜ୍ୱାଇଁ ପାଉଛନ୍ତି ସରକାରୀ କାମ
- ବିଧାୟକ କଲେ କ୍ଷମତାର ଅପବ୍ୟବହାର!
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୧୫ ପୃଷ୍ଠାର ଏକ ଦସ୍ତାବିଜ ଚିତ୍ରକୋଣ୍ଡାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଅସଲ ଚେହେରାକୁ ସାମ୍ନାକୁ ଆଣିଛି । ଏହି ଦସ୍ତାବିଜରେ ଦେଖିବାକୁ ମିଳିଛି ଯେ, ପାଙ୍ଗାମ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଧନ ନାଲିଙ୍କ ନାଁରେ ୧୬ ଲକ୍ଷ ୫୦ ହଜାର ଟଙ୍କାର ୪ଟି ସ୍କୁଲ ମରାମତି କାମ ଆବଣ୍ଟିିତ ହୋଇଛି । ଶିକ୍ଷକ ଧନ ନାଲିଙ୍କୁ କାମ ଦେବାକୁ ସୁପାରିଶ କରିଛନ୍ତି ପୂର୍ଣ୍ଣ ଚନ୍ଦ୍ର ବାକା ଆଉ ସଂପର୍କରେ ଧନ ନାଲି ବିଧାୟକଙ୍କ ଜ୍ୱାଇଁ ।
ସେହିପରି ସେହି ଦସ୍ତାବିଜରୁ, ଅଜୟ ବେଉରା ନାଁରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କାର ୩୨ଟି କାମ ଲାଗି ସୁପାରିଶ କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ । ତେବେ ପ୍ରଶ୍ନ ହେଉଛି ଅଜୟ ବେଉରାଙ୍କୁ ବିଧାୟକଙ୍କ ଏତେ ଅନୁକମ୍ପା କାହିଁକି? ସେ ମାଲକାନଗିରି ଜିଲ୍ଲାର ବାସିନ୍ଦା ନା ବିଜେଡି କର୍ମୀ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।
ଅନୁସୁଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଆଇଟିଡିଏ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ବଡ ଧରଣର ଦୁର୍ନୀତି ହୋଇଛି । ଆଇଟିଡିଏର ମୋଟ ୧୮୪ଟି ଛୋଟ ବଡ କାମ ଲାଗି ୫କୋଟି ୫୭ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ଏତେ ମୋଟା ଅଙ୍କର କାମକୁ ଟେଣ୍ଡର ନ କରି ଭାଗ ଭାଗ କରି ନିଜ ସମ୍ପର୍କୀୟ ଓ ଆନୁଗତ୍ୟଙ୍କ ମଧ୍ୟରେ ବିଜେଡି ନେତା ବାଣ୍ଟି ଦେଇଥିବା ଅଭିଯୋଗ ହେଉଛି । ତେବେ ଅଭିଯୋଗକୁ ଉଦ୍ଦେଶ୍ୟମୂଳକ କହିଛନ୍ତି ଚିତ୍ରକୋଣ୍ଡା ବିଧାୟକ ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟର କାମକୁ ଭାଗ ଭାଗ କରି ଠିକାଦାରଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ମନ୍ଦ ଉଦ୍ଦେଶ୍ୟ ରଖି ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ ଏଭଳି କାର୍ଯ୍ୟ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଜଣେ ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷରୁ କମ କାମ, କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ଦେଇଦେବାର ଅର୍ଥ କଣ? ସରକାରୀ କଳର ଜାଣତରେ ଏଭଳି କାର୍ଯ୍ୟ ହେଉଛି ନା ରାଜନେତା ନିଜ କ୍ଷମତାର କରୁଛନ୍ତି ଦୁରୁପଯୋଗ? ତାହା ହିଁ ଏବେ ବଡ ପ୍ରଶ୍ନ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/vlcsnap-2021-07-31-20h26m10s107.png)