ଗଞ୍ଜାମ ପରେ ମାଲକାନଗିରି କୋଭିଡ କେୟାର ସେଂଟରରୁ ଆସିଲା ଅବ୍ୟବସ୍ଥା ଅଭିଯୋଗ: ଶୌଚାଳୟରେ ନାହିଁ ପାଣି, ଶୌଚ ହେବା ପାଇଁ ହଟହଟା ଆକ୍ରାନ୍ତ; ଜଳଖିଆରେ ପୋକ ଓ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ

120

କନକ ବ୍ୟୁରୋ: ଗଞ୍ଜାମ ପରେ ଏବେ ମାଲକାନଗିରି ଜିଲ୍ଳା କୋଭିଡ୍ କେୟାର ସେଂଟରରୁ ଆସିଛି ଅବ୍ୟବସ୍ଥାର ଅଭିଯୋଗ । ମାଲକାନଗିରି  ବିଇଡି କଲେଜ ଓ ଏକଲବ୍ୟ ବିଦ୍ୟାଳୟ ପରିସରରେ ୨ଟି କୋଭିଡ୍ କେୟାର ସେଂଟର ଖୋଲା ଯାଇଥିବାବେଳେ ସେଠାରେ ବ୍ୟାପକ ଅବ୍ୟବସ୍ଥାର ଚିତ୍ର ସାମନାକୁ ଆସିଛି ।  ଶୌଚାଳୟରେ ପାଣି ନାହିଁ ।

ଫଳରେ  ଶୌଚ ହେବା ପାଇଁ ହଟହଟା ହେଉଛନ୍ତି ଆକ୍ରାନ୍ତ । ସେହି ପରି ଗରମ ପାଣି ତ ଦୂରେ ଥାଉ , ନିୟମିତ ପିଇବା ପାଣି ମଧ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି କୋଭିଡ୍ କେୟାର ସେଂଟରରେ ଥିବା ଆକ୍ରାନ୍ତ । ସେହିପରି ଖାଇବା ମାନ ଅତି ନିମ୍ନମାନର ହୋଇଥିବାବେଳେ ଜଳଖିଆ ଉପମାରେ ପୋକ ଏବଂ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅସନ୍ତୁଷ୍ଟ ବଢ଼ିବାରେ ଲାଗିଛି ।