କନକ ବ୍ୟୁରୋ: ଗଞ୍ଜାମ ପରେ ଏବେ ମାଲକାନଗିରି ଜିଲ୍ଳା କୋଭିଡ୍ କେୟାର ସେଂଟରରୁ ଆସିଛି ଅବ୍ୟବସ୍ଥାର ଅଭିଯୋଗ । ମାଲକାନଗିରି ବିଇଡି କଲେଜ ଓ ଏକଲବ୍ୟ ବିଦ୍ୟାଳୟ ପରିସରରେ ୨ଟି କୋଭିଡ୍ କେୟାର ସେଂଟର ଖୋଲା ଯାଇଥିବାବେଳେ ସେଠାରେ ବ୍ୟାପକ ଅବ୍ୟବସ୍ଥାର ଚିତ୍ର ସାମନାକୁ ଆସିଛି । ଶୌଚାଳୟରେ ପାଣି ନାହିଁ ।
ଫଳରେ ଶୌଚ ହେବା ପାଇଁ ହଟହଟା ହେଉଛନ୍ତି ଆକ୍ରାନ୍ତ । ସେହି ପରି ଗରମ ପାଣି ତ ଦୂରେ ଥାଉ , ନିୟମିତ ପିଇବା ପାଣି ମଧ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି କୋଭିଡ୍ କେୟାର ସେଂଟରରେ ଥିବା ଆକ୍ରାନ୍ତ । ସେହିପରି ଖାଇବା ମାନ ଅତି ନିମ୍ନମାନର ହୋଇଥିବାବେଳେ ଜଳଖିଆ ଉପମାରେ ପୋକ ଏବଂ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅସନ୍ତୁଷ୍ଟ ବଢ଼ିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/3-24.jpg)