ଲାଲଗଡରେ ଉଡିଲା ତ୍ରିରଙ୍ଗା: ମାଓଗଡ ଗୋରାସେତୁକୁ ନିଜ କବଜାକୁ ନେଲେ ବିଏସଏଫ ଯବାନ ଓ ପୁଲିସ; ନୂଆ କ୍ୟାମ୍ପ ସ୍ଥାପନ ସହ ସ୍ଥାନୀୟଲୋକଙ୍କ ସହ ଆଲୋଚନା କଲେ ବରିଷ୍ଠ ଅଧିକାରୀ

108

କନକ ବ୍ୟୁରୋ: ଲାଲଗଡରେ ଉଡିଲା ତିରଙ୍ଗା । ମାଓପ୍ରବଣ ଗୋରାସେତୁକୁ ନିଜ କବଜାକୁ ନେଲା ବିଏସଏଫ ଯବାନ । ସ୍ୱାଭିମାନ ଅଂଚଳ ସ୍ଥିତ ଗୋରାସେତୁ ଯେଉଁଠି ମାଓବାଦୀଙ୍କ ଆଦେଶ ବିନା ଗଛ ପତ୍ର ବି ହଲେ ନାହିଁ, ସେଠାରେ ଅଚାନକ ଓଡିଶା ପୁଲିସ ଓ ବିଏସଏଫ ଯବାନମାନେ ପହଁଚି ନୁତନ କ୍ୟାମ୍ପ ସ୍ଥାପନ କରିଛନ୍ତି ।

ଗୋରାସେତୁ ଅଂଚଳରେ ମାଓବାଦୀଙ୍କ ସ୍ମୃତୀ ଭବନ ସହ ମାଓବାଦୀଙ୍କ ସ୍ତମ୍ଭରେ ନାଲି ପତାକା ଉଡୁଥିଲା । ସେଠାରେ ଏବେ ତ୍ରିରଙ୍ଗା ଉଡାଇଛନ୍ତି ଯବାନ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଗୋଟିଏ ପରେ ଗୋଟିଏ ମାଓଗଡକୁ ଅକ୍ତିଆର କରି ଚାଲିଛନ୍ତି ପୁଲିସ ଓ ଯବାନ । ମାଲକାନଗିରି ଏସପି ରିଷିକେଶ କିଲ୍ଲାରୀଙ୍କ ସେମତ ଓଡିଶା ପୁଲିସ ଓ ବିଏସଏଫର ବରିଷ୍ଠ ଅଧିକାରୀ ମାନେ ପହଁଚି ନୁତନ କ୍ୟାମ୍ପ ସ୍ଥାପନ କରିବା ସହ ସ୍ଥାନୀୟ ବାସିନ୍ଧାଙ୍କ ସହ ଆଲୋଚନା କରିଥିଲେ ।