କନକ ବ୍ୟୁରୋ : ମାଲକାନଗିରିରେ ପୁଣି ବନ୍ୟା ପରିସ୍ଥିତି । କେବଳ ୩୨୬ ନମ୍ବର ଜାତୀୟ ରାଜପଥ ନୁହେଁ ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳକୁ ଯୋଗାଯୋଗ କରୁଥିବା ମୁଖ୍ୟରାସ୍ତାଗୁଡିକରେ ଜାତାୟାତ ଠପ ହୋଇଯାଇଛି । କନ୍ୟାଶ୍ରମଠାରେ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କାଲିମେଳା-ପଡିଆ ମଧ୍ୟରେ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ସାବେରୀର ବନ୍ୟା ପାଣି ଯୋଗୁଁ ପଡିଆଠାରୁ ସିମିଳିବାଂଛା, ଏମଭି-୬୬, ଏମଭି-୫୯, ଉଣ୍ଡୁରୁକୁଣ୍ଡା ଆଦି ଅଂଚଳ ସହ ଯୋଗା ଯୋଗ ବିଚ୍ଛିନ୍ନ ରହିଛି ।
ବଣ୍ଡା ଘାଟି ସହିତ ଯୋଗା ଯୋଗ କରୁଥିବା ମୁଖ୍ୟରାସ୍ତାରେ ଭୁସ୍ଖଳନ ଯୋଗୁଁ ଯାତାୟାତ ଠପ ହୋଇଛି । ଅଗ୍ନିଶମ ଅଧିକାରୀ ସେଠାରେ ପହଂଚି ଗଛକାଟି, ମାଟିକୁ ସଫା କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ଘଂଟା ଯାଏ ମାଲକାନଗିରି ଜିଲ୍ଲାରେ ରେଡ ଆଲର୍ଟ ଜାରି ହୋଇଛି । ତେଣୁ ତଳିଆ ଅଂଚଳକୁ ଖାଲି କରିବା ଲାଗି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/12-18.jpg)