ଟାପୁରେ ବିତିଲା ଦୁଇ ଦିନ: ଚାଷ କରିବାକୁ ଯାଇ ଟପୁରେ ଫସିଥିଲେ ମାଲକାନଗିରି ବୋଜାଗୁଡା ଗାଁର ୩୫ ଜଣ; ୪୮ ଘଂଟା ପରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

97

କନକ ବ୍ୟୁରୋ: ମାଲକାନଗିରିରେ ଦୀର୍ଘ ୨ଦିନ ହେଲା ଜଳବନ୍ଦୀ ହୋଇ ପଡ଼ିଥିବା ୩୫ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମାଲକାନାଗିରି ପଡ଼ିଆ ବ୍ଲକ ଅନ୍ତର୍ଗତ ବୋଜାଗୁଡ଼ା ଗାଁରୁ ୩୫ଜଣ ଚାଷ କରିବାକୁ ନିଜ ବିଲକୁ ଯାଇଥିଲେ । ତେବେ ବିଲ ଚାରିପଟେ ସାବେରୀ ନଇର ବନ୍ୟା ଜଳ ବୃଦ୍ଧି ଯୋଗୁଁ ୨ଦିନ ଧରି ଟାପୁ ଉପରେ ଫସିଥିଲେ ୬ଟି ପରିବାରର ୩୫ଜଣ ସଦସ୍ୟ । ତେବେ ପ୍ରଶାସନ ଠାରୁ ଖବର ପାଇ ପଡ଼ିଆ ଓ ମାଲକାନାଗିରି ଅଗ୍ନିଶମ କର୍ମଚାରୀ ମାନେ ସମସ୍ତ ଗ୍ରାମବାସୀଙ୍କୁ ଉଦ୍ଧାର କରିଛନ୍ତି ।

ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି । ୬ ଦିନ ପରେ କାଙ୍ଗୋରୁକୋଣ୍ଡା ପୋଲ ଉପରୁ ପାଣସି ହ୍ରାସ ପାଇବା ପରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇଛି । ତେବେ ପୋଲ ଉପରେ ଏକ ଟ୍ରକ୍ ଫସି ରହିଥିବାରୁ ସେହି ବାଟ ଦେଇ କେବଳ ଛୋଟ ଛୋଟ ଗାଡି ଯାତୟତ କରିପାରୁଛି । ଅନ୍ୟପଟେ ମୋଟୁ ଅଂଚଳରେ କିନ୍ତୁ ବନ୍ୟା ସ୍ଥିତିରେ ବିଶେଷ କିଛି ପରିବର୍ତନ ଆସି ନାହିଁ । ଏବେ ବି ମୁଗି ପଏଂଟ ସହ ପୁରୁଣା ମୋଟୁ ଅଂଚଳ ଜଳମଗ୍ନ ଅବସ୍ଥାରେ ରହିଛି । ଗୋଦାବରୀ ନଦୀର ଜଳସ୍ତର ୬୩ ଫୁଟରୁ ୫୩ଫୁଟକୁ ଖସି ଆସିଥିବା ଜଣାପଡିଛି ।