କନକ ବ୍ୟୁରୋ : ମଣ୍ଡିରୁ ଉଠୁନି ଧାନ, ରାସ୍ତାରେ ଚାଷୀ । ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ ଚାଷୀ । ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ମଣ୍ଡିରୁ ଧାନ ନଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଲେ ଚାଷୀ । ଚାଷୀଙ୍କ ରାସ୍ତା ଅବରୋଧ ପାଇଁ ମାଲକାନଗିରିରୁ ଚିତ୍ରକୋଣ୍ଡା ଯାତାୟତ ଠପ ହୋଇଛି ।
ମଣ୍ଡିରେ ଧାନ ପଡ଼ିରହିବା ସହ, ଏହା ବିକ୍ରି ହୋଇପାରୁନାହିଁ । ଧାନ ଉଠାଣରେ ବିଳମ୍ବ ଯୋଗୁଁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଜାତୀୟ ରାଜପଥ ଉପରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/21-1.jpg)
/kanak/media/post_attachments/wp-content/uploads/2021/02/vlcsnap-2021-02-02-12h25m02s932.png)