କନକ ବ୍ୟୁରୋ: ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ପ୍ରଥମ ଥର କରି ନିଜ ଗାଁ ବୁଥରେ ଭୋଟ୍ ଦେବେ ସ୍ୱାଭିମାନ ଅଞ୍ଚଳର ଭୋଟର । ପୂର୍ବରୁ ମାଧ ଭୟ ଯୋଗୁ ବୁଥ୍ ଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ନାମକୁ ମାତ୍ର ଭୋଟ୍ ହେଉଥିଲା । ପୋଲିଂ ପାର୍ଟି ହେଲିକପ୍ଟରରେ ଯାଉଥିଲେ । ତେବେ ସ୍ୱାଭିମାନ ଅଞ୍ଚଳ ସମେତ ଜିଲ୍ଲାର ସମସ୍ତ ମାଓ ପ୍ରଭାବିତ ଅଞ୍ଚଳର ନିର୍ଦ୍ଧାରିତ ବୁଥରେ ପୁଲିଂ ପାର୍ଟି ପହଂଚିବେ । ୨ଟି ପୁଲିଂ ପାର୍ଟି ମୋଟର ବୋଟରେ ଯିବେ । ହେଲିକପ୍ଟରର ଆବଶ୍ୟକତା ନାହିଁ ବୋଲି ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।