ଡାକ୍ତରଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଂଚ ଅଭିଯୋଗରେ ମାଲକାନଗିରି ପୋଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ସୁପରିଟେଣ୍ଡେଂଟ ଗିରଫ

92

କନକ ବ୍ୟୁରୋ: ଡାକ୍ତରଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଂଚ ଅଭିଯୋଗରେ ମାଲକାନଗିରି ପୋଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ସୁପରିଟେଣ୍ଡେଂଟ ପାଣୁ ଚରଣ ମଣ୍ଡଳଙ୍କୁ ଗିରଫ କରାଯାଇଛି । ଗିରଫ କରି ତାଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି । ତାଙ୍କ ସହଯୋଗୀ ବିପିଏମ ଶ୍ରୀମନ୍ତ ଅତିବୁଦ୍ଧିଙ୍କୁ ମଧ୍ୟ ଅକ୍ଟୋବର ୨୦ ତାରିଖରେ ଗିରଫ କରିଥିଲା ଭିଜିଲାନ୍ସ । ଭଡାରେ ଲାଗିଥିବା ଏକ ବଲେରୋ ଗାଡିକୁ ଅର୍ଥ ପୈଠ କରିବାକୁ ୨୦ ହଜାର ଟଙ୍କା ଲାଂଚ ନେଇଥିବା ବେଳେ ସେହି ମାମଲାରେ ପାଣୁ ଚରଣଙ୍କ ସଂପୃତି ଥିବାରୁ ତାଙ୍କୁ ଗିରଫ କରାଯାଇଛି ।