ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ : ୱାଇ. ବିଜୟ ହେଲେ ମାଲକାନଗିରିର ନୂଆ ଜିଲ୍ଲାପାଳ

227

କନକ ବ୍ୟୁରୋ : ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ୱାଇ. ବିଜୟ ହେଲେ ମାଲକାନଗିରିର ନୂଆ ଜିଲ୍ଲାପାଳ । ମନୀଷଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଦାୟିତ୍ୱ ଦିଆଯାଇଛି । ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ଗତକାଲି ମନୀଷଙ୍କ ସମେତ ୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ୨୦୧୯ ଡିସେମ୍ବର ୨୮ରେ ସତୀଗୁଡା ଜଳଭଣ୍ଡାରରୁ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ ।

ମୃତ୍ୟୁର ୭ ମାସ ପରେ ଅର୍ଥାତ ୨୦୨୦ ଅଗଷ୍ଟ ମାସରେ ଦେବନାରାୟଣଙ୍କ ପରିବାର ଲୋକ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ୨୦୨୦ ନଭେମ୍ବର ୧୩ରେ ମାମଲାରୁ ଶୁଣାଣି କରି ଏସଡିଜେଏମ କୋର୍ଟ ୪ଜଣଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ପରେ ମନୀଷ ଅଗ୍ରୱାଲ, ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଷ୍ଟେନୋ ଭି. ବେଣୁ ଓ ଅବସରପ୍ରାପ୍ତ କର୍ମଚାରୀ ଭଗବାନ ପାଣିଗ୍ରାହୀଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ ।