କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି । ଜିଲ୍ଲାର କାଙ୍ଗୋକୁକୋଣ୍ଡା, ପୋଟେରୁ, ପାଙ୍ଗାମ, କନ୍ୟାଶ୍ରମ ଆଦି ସ୍ଥାନରେପୋଲ ତଳକୁ ଖସିଛି ବନ୍ୟାପାଣି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଛି । ଦୀର୍ଘ ୨୪ ଘଂଟା ପରେ ଜୟପୁରଠାରୁ ମାଲକାନଗିରି, ମାଲକାନଗିରି ଠାରୁ ମୋଟୁ ଓ କାଲିମେଳା ପଡିଆକୁ ଯାନବାହାନ ଚଳାଚଳ ଆରମ୍ଭ ହୋଇଛି । ତେବେ ୧୩ ଓ ୧୪ ୨ଦିନ ଆଇଏମଡି ପକ୍ଷରୁ ମାଲକାନଗିରି ଜିଲ୍ଲାରେ ଅରେଂଜ ଆଲର୍ଟ ଜାରି ହୋଇଥିବା ବେଳେ ବିପଦ ଏଯାଏଁ ଟଳିନଥିବା ସୂଚନା ମିଳିଛି ।
ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି : ପୋଲ ତଳକୁ ଖସିଛି ବନ୍ୟାପାଣି, ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ
/kanak/media/post_attachments/wp-content/uploads/2020/08/3-18.jpg)