ମହଙ୍ଗା ପଡ଼ିଲା କାଲିମେଳା ଲ୍ୟାମ୍ପ୍ସରେ ଟୋକନ ଜାଲିଆତି : ଲ୍ୟାମ୍ପସ ଏମଡି ସରୋଜ ସୁନ୍ଦର ରାୟ ହେଲେ ନିଲମ୍ବିତ

ଟୋକନ ଜାଲିଆତି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ

90

କନକ ବ୍ୟୁରୋ : କନକ ନ୍ୟୁଜ ର ପ୍ରଭାବ । ମାଲକାନଗିରି କାଲିମେଳା ଲ୍ୟାମ୍ପରେ ଆଦିବାସୀ ଚାଷୀଙ୍କ ଟୋକନ ଜାଲିଆତି ମାମଲାରେ ନିଲମ୍ବିତ ହେଲେ ଏମଡି ସରୋଜ ସୁନ୍ଦର ରାୟ । କାଲିମେଳା ଲ୍ୟାମ୍ପ ଅଧିନରେ ଥିବା ଶହ ଶହ ଆଦିବାସୀଙ୍କ ଟୋକନକୁ ଚଂଚକତା କରି ଅଣଆଦିବାସୀ ସମ୍ପ୍ରଦାୟର ଲୋକେ ମଣ୍ଡିରେ ଧାନ ବିକି ଟଙ୍କା ଲୁଟି ନେଉଥିଲେ ।

ଏନେଇ ଗତ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା । ଆଉ ଏହି ଘଟଣା କୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଅତି ଗୁରୁତର ସହ ଗ୍ରହଣ କରି ଉଭୟ ସମବାୟ ଓ ଯୋଗାଣ ବିଭାଗ ପୁରା ମାମଲାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ । ଆଉ କାଲିମେଳା ଲ୍ୟାମ୍ପ ଏମଡି ସରୋଜ ସୁନ୍ଦର ରାୟଙ୍କୁ ଏଥିରେ ଦୋଷୀ ପାଇ ଥିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ସମବାୟ ବିଭାଗର ଏଆରସିଏସ ।