ସମ୍ପର୍କୀୟ ଆସିଲେ ନାହିଁ । ମେଡିକାଲରୁ ଶବ ନେଇ ଶବଦାହ କଲେ ସ୍ଥାନୀୟ ଯୁବକ

688

କନକ ବ୍ୟୁରୋ : ଆସିଲେନି ସମ୍ପର୍କୀୟ, ମୃତକଙ୍କ ଶବ ସତ୍କାର କଲେ ସ୍ଥାନୀୟ ଯୁବକ । ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ୪୫ ବର୍ଷୀୟ ମୁକା ମାକଡାମୀ ଫିଟସ ରୋଗରେ ପୀଡିତ ହୋଇ ଥିବାରୁ, ଅସହାୟ ମୁକା କୁ ପିସିଆର ଭ୍ୟାନ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ ସ୍ଥାନୀୟ ଯୁବକ । ପରବର୍ତୀ ସମୟରେ ମୁକାଙ୍କର ଜୀବନ ଚାଲିଯାଇଥିଲା ।

ତେବେ ୨୪ ଘଂଟା ବିତିଯାଇଥିଲେ ହେଁ ଶବ କାନେ୍ଧଇବାକୁ କେହି ଆସିଲେ ନାହିଁ ।  ତେବେ ଏସମ୍ପର୍କରେ ଖବର ପାଇବା ପରେ ପୁନର୍ବାର ସେଇ ଯୁବକମାନେ ଆସି ମୁକାଙ୍କ ଶବକୁ ଡାକ୍ତରଖାନାଠୁ ନେଇ ମଶାଣିରେ ସମ୍ମାନର ସହ ଶବ ଦାହ କରିଥିଲେ । ଜୟ ମାଲାକାନଗିରି ନାମକ ଯୁବକ ସଂଗଠନର ଏହି ଯୁବକମାନଙ୍କହ ଏହି ମହତ କାମକୁ ଚାରିଆଡେ ପ୍ରଶଂସା କରାଯାଉଛି ।