କନକ ବ୍ୟୁରୋ : ଆସିଲେନି ସମ୍ପର୍କୀୟ, ମୃତକଙ୍କ ଶବ ସତ୍କାର କଲେ ସ୍ଥାନୀୟ ଯୁବକ । ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ୪୫ ବର୍ଷୀୟ ମୁକା ମାକଡାମୀ ଫିଟସ ରୋଗରେ ପୀଡିତ ହୋଇ ଥିବାରୁ, ଅସହାୟ ମୁକା କୁ ପିସିଆର ଭ୍ୟାନ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ ସ୍ଥାନୀୟ ଯୁବକ । ପରବର୍ତୀ ସମୟରେ ମୁକାଙ୍କର ଜୀବନ ଚାଲିଯାଇଥିଲା ।
ତେବେ ୨୪ ଘଂଟା ବିତିଯାଇଥିଲେ ହେଁ ଶବ କାନେ୍ଧଇବାକୁ କେହି ଆସିଲେ ନାହିଁ । ତେବେ ଏସମ୍ପର୍କରେ ଖବର ପାଇବା ପରେ ପୁନର୍ବାର ସେଇ ଯୁବକମାନେ ଆସି ମୁକାଙ୍କ ଶବକୁ ଡାକ୍ତରଖାନାଠୁ ନେଇ ମଶାଣିରେ ସମ୍ମାନର ସହ ଶବ ଦାହ କରିଥିଲେ । ଜୟ ମାଲାକାନଗିରି ନାମକ ଯୁବକ ସଂଗଠନର ଏହି ଯୁବକମାନଙ୍କହ ଏହି ମହତ କାମକୁ ଚାରିଆଡେ ପ୍ରଶଂସା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/5.jpg)