ମାଲକାନଗିରିରେ ଯୁବକଙ୍କୁ ଗାଁ ଲୋକଙ୍କ ନିସ୍ତୁକ ମାଡ: ପୂଜା ଦେଖିବାକୁ ଆସିଥିବା ବେଳେ ଗଣ୍ଡଗୋଳ କରି ଆକ୍ରମଣ କରିବା ସହ ଛଡାଇନେଲେ ଫୋନ

ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ

75

କନକ ବ୍ୟୁରୋ: ମାଲକାନଗିରିରେ ଦାଦାଗିରି । ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ ଓ ଗାଁ ଯୁବକ । ଏପରି ଅଭାବନୀୟ ଚିତ୍ର ଆସିଛି ମାଲକନାଗିରି ପୌରାଂଚଳରୁ । ମାଲକନଗିରି ମଡେଲ ଥାନା ଅନ୍ତର୍ଗତ ଏମଭି ୪୨ ଗାଁରେ କାଳି ପୁଜା ସମୟରେ ପୁଜା ଦେଖିବାକୁ ଆସି ଥିଲେ ଡାଟା ଏଂଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ । ତେବେ ଗାଁରେ କିଛି ଯୁବକ ତାଙ୍କ ସହ ଗଣ୍ଡଗୋଳ କରିଥିଲେ, ମୋବାଇଲ୍ ଫୋନ ଛଡାଇ ନେଇଥିଲେ । ଆଉ ଅତି ବର୍ବରତାର ସହ ଯୁବକଙ୍କୁ ଏମଭି ୪୨ ଗାଁର କିଛି ଗ୍ରାମବାସୀ ଓ ଯୁବକ ନିସ୍ତୁକ ମାଡ ମାରିଥିଲେ ।

ତେବେ ଏପରିକି ମାଡ଼ ମାରିବାର ଭିଡିଓ ମଧ୍ୟ କରିଥିଲେ । ଯୁବକ ଜଣକ ଗ୍ରାମବାସୀଙ୍କ ନିକଟରେ ନେହୁରା ହୋଇ ଥିଲେ ବି ତାଙ୍କ କଥା କେହି ଶୁଣି ନ ଥିଲେ । ଆଉ ମାଡ ଖାଇ ଚୁପ ଚାପ ଚାଲି ଯାଇଥିଲେ ଓ ଘଟଣା ସମ୍ପର୍କରେ କାହାରିକୁ କିଛି ନ କହି ଚୁପ ବସିଥିଲେ । ଏହି ଘଟଣା ଟି ଗତ ୧୯ ତାରିଖ ରେ ଘଟି ଥିବା ବେଳେ ବର୍ତମାନ ଏହି ମାଡମରା ଭିଡିଓ କୁ ଭାଇରାଲ କରିବାରେ ଲାଗିଛନ୍ତି ମାଡମାରି ଥିବା ଯୁବକମାନେ । ତେଣୁ ବାଧ୍ୟ ହୋଇ ଘଟଣା ବିରୋଧ ର ସ୍ୱର ଉଠାଇଛନ୍ତି ଆକ୍ରମଣର ଶିକାର ହୋଇଥିବା ଯୁବକ ।