କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଅଫିସର କାଂଥରେ ଲେଖା । ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଳାରେ ଏମିତି କିଛି ଲେଖିଛନ୍ତି ଦୁର୍ବୃତ । ଦୁର୍ବୃତଙ୍କ ଅଭିଯୋଗ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଦୁର୍ନୀତିଗ୍ରସ୍ତ । ତାଙ୍କ ପାଇଁ ହିଁ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଛି ।
ଏବେ ସେହି ଲେଖାକୁ ଜିଲ୍ଲାପାଳଙ୍କ ଅଫିସ ତରଫରୁ ଲିଭାଇ ଦିଆଯାଇଛି । ତେବେ ଏପରି ଭାବରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ କିଏ ଲେଖିଲା ତାହା ଜଣାପଡିନାହିଁ । କିନ୍ତୁ ଏହି ଘଟଣା ଜଣାପଡିବା ପରେ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/JILAPALA.jpg)