କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ କୁ ଏକ ବର୍ଷ ପୁରିବାକୁ ବସିଲାଣି । ତେବେ ଏ ଯାଏଁ ନ୍ୟାୟ ପାଇ ଜିଲ୍ଲାପାଳଙ୍କ ପରି ମାଲକାନଗିରି ଏସପି ଓ ପୁଲିସ କୁ ଟାରଗେଟ୍ କରିଛନ୍ତି ମୃତ ପିଏଙ୍କ ପତ୍ନୀ । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁ ଥିବା ପୁଲିସ କୋର୍ଟଙ୍କ ନିରଦେଶ କ୍ରମେ ଜିଲ୍ଲାପାଳଙ୍କ ସମେତ ୪ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଏସଆଇଟି ଦ୍ୱାରା ତଦନ୍ତ କରୁଛି ସତ । ତେବେ ତଦନ୍ତ ପ୍ରକ୍ରୀୟା ରେ ଶିଥିଳତା କୁ ନେଇ ମାଲକାନଗିରି ଏସପିକୁ କାଠଗଡା କୁ ଟାଣି ପୁଲିସ ନିକଟରେ ୪୧ ଦଫା ଲିଖିତ ପ୍ରଶ୍ନ ରଖିଛନ୍ତି ମୃତ ପିଏଙ୍କ ପତ୍ନୀ ବନଜା ପଣ୍ଡା ।
ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ପୁଲିସକୁ କାଠଗଡାକୁ ଟାଣିଲେ ମୃତକଙ୍କ ପତ୍ନୀ ବନଜା ପଣ୍ଡା । ତତକାଳିନ ଜିଲ୍ଲାପାଳଙ୍କ ପରେ ଏବେ ମାଲକାନଗିରି ଏସପିଙ୍କୁ ଟାର୍ଗେଟ କରିଛନ୍ତି ମୃତ ପିଏଙ୍କ ପତ୍ନୀ । ଏସପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବନଜା ପଣ୍ଡା । ମନିଷ ଅଗ୍ରୱାଲଙ୍କ ଦୋଷ ଲୁଚାଇବାକୁ ଏସ୍ପି ହିଁ ପ୍ରଥମେ ସହାୟତା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।
ପିଏ ପଣ୍ଡା ନିଖୋଜ ଦିନ ଏସ୍ପି କେଉଁଠି ଥଲେ? ଏସପି ସେ ଦିନ କାହା କାହା ସାଥିରେ ଫୋନରେ କଥା ହୋଇଥିଲେ? ମାଲକାନଗିରି ଆଇ.ଆଇ.ସି ରାମ ପ୍ରସାଦ ନାଗ ସେ ଦିନ କେଉଁଠି ଥିଲେ? ତକ୍ରାଳୀନ ତଦନ୍ତ ଅଧିକାରୀ ରୁଦ୍ର ପ୍ରସାଦ ମଦୁଲି ୨୦୧୯ ଡିସେମ୍ବର ୨୭ରୁ ୨୦୨୦ ଜାନୁଆରି ୧୫ ଯାଏଁ କାହା କାହା ସହ କଥା ହୋଇଥିଲେ? ତଦନ୍ତ ଭାର ନେଇଥିବା ଜଣେ ଡିଏସ୍ପି ତାଙ୍କ ଏସ୍ପିଙ୍କ ବିରୋଧରେ କେମିତି ତଦନ୍ତ କରିବେ? ବୋଲି ମାଲକାନଗିରି ପୁଲିସକୁ ସିଧା ସଳଖ ପ୍ରଶ୍ନ କରିଛନ୍ତି ଦେବନାରୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ।
ପୁଲିସକୁ ଟାର୍ଗେଟ କରିବା ସହ ତଦନ୍ତ ପ୍ରକ୍ରୀୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମୃତ ପିଏଙ୍କ ପତ୍ନୀ ବନଜା । ସ୍ୱାମୀଙ୍କ ମୃତ୍ୟୁର ନ୍ୟାୟ ପାଇଁ ଲଢେଇ କରୁଥିବା ପତ୍ନୀ ୪୧ଟି ପ୍ରଶ୍ନ କରି ମାଲକାନଗିରି ପୁଲିସକୁ କାଠଗଡାକୁ ଟାଣିଛନ୍ତି ।
୨୦୧୯ ଡିସେମ୍ବରରେ ସତୀଗୁଡା ଜଳଭଣ୍ଡାରରୁ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତ ଅଗଷ୍ଟ ମାସରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ମୃତକଙ୍କ ପରିବାର ଲୋକ ନଭେମ୍ବର ମାସରେ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ନଭେମ୍ବର ୧୩ରେ ଜିଲ୍ଲାପାଳଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହାରି ଭିତରେ ତକ୍ରାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ବଦଳି ହୋଇ ସାରିଛି । ତେବେ ଏସ୍ଆଇଟି ଦ୍ୱାରା ଜିଲ୍ଲାପଳଙ୍କ ପିଏ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଜାରି ରହିଥିବା କହିଛନ୍ତି ମାଲକାନଗିରି ଏସପି ରିଶିକେଷ କିଲ୍ଲାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/vlcsnap-2020-12-21-16h57m35s014.png)