ମାଲକାନନଗିରି : ମୋଟର ଚାଲୁ ନାହିଁ । କାତ ମାରିଲେ ଡଙ୍ଗା ଆଗକୁ ବଢୁ ନାହିଁ । ତେଣୁ ଦଉଡି ସାହାଯ୍ୟରେ ଟଣା ହେଉଛି ଯାତ୍ରୀବାହି ଡଙ୍ଗା । ସାପ୍ତାହିକ ହାଟ ଠାରୁ ଆରମ୍ଭ କରି ଡାକ୍ତରଖାନା ଯିବା ପାଇଁ, ପ୍ରତି ଦିନ ଦେଶୀ ଡଙ୍ଗାରେ ଏଭଳି ହଟହଟା ହୋଇ ନଦୀପାର ହୁଅନ୍ତି ୬ଟି ପଂଚାୟତର ଲୋକ । ଛାତ୍ରଛାତ୍ରୀ ମାନେ ମଧ୍ୟ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଥିବା ଦେଖିବାକୁ ମିଳୁଛି ।
ଚିତ୍ରକୋଣ୍ଡା ସ୍ଥିତ ବାଲିମେଳା ଜଳ ଭଣ୍ଡାରର ଲିକେଜ ୱାଟର ଆନ୍ଧ୍ରର ସିଲେରୁ ଦେଇ ସାବେରୀ ନଦୀରେ ମିଶିଛି । ତେବେ କେବଳ ଚିତ୍ରକୋଣ୍ଡା ଘାଟ ନୁହଁ, ବରଂ ଏହି ସିଲେରୁ ନଦୀର ଅନେକ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଏ ନଦୀରେ ମୋଟର ଡଙ୍ଗା ଯୋଗାଇ ଦେଇଛି ସତ, ତେବେ ଦୀର୍ଘ ବର୍ଷ ହେବ ସେଗୁଡିକ ଅଚଳ ହୋଇ ପଡିଛି ।
ତେଣୁ ବାଧ୍ୟ ହୋଇ ଏମିତି ଅଭିନବ ପନ୍ଥା ଅବଳମ୍ବନ କରି ନଦୀ ପାର ହେଉଛନ୍ତି ଚିତ୍ରକୋଣ୍ଡାବାସୀ । ଅନେକ ସମୟରେ ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ପ୍ରଶାସନର ନଜର ପଡୁନଥିବା ଅଭିଯୋଗ ହୋଇଛି । ପୋଲ ନିର୍ମାଣ ନହେଲେ, ଆଗାମି ପଂଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି ଗୁଣ୍ଠାଓାଡା, ନୁଆଗୁଡା, ଦୋରାଗୁଡା, କପାତୁଟି, ପାପଲୁର ଓ କୁର୍ମାନୁର ପଂଚାୟତର ଲୋକେ । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-13-09h04m05s083.png)