ସ୍ୱାଭିମାନ ଅଞ୍ଚଳର ଅବହେଳିତ ଗାଁ । ଜଙ୍ଗଲ ମଝିରେ ଘର, ନାହିଁ ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ବହୁ ଦୂରରେ ବୁଡାକୁଣ୍ଡ ଗାଁ 

94

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ଏବେ ଗାଁକୁ ଗାଁ ପହଂଚିଛି ସରକାରୀ ଯୋଜନା । ଦ୍ରୁତଗତିରେ ଆଗେଇ ଚାଲିଛି ବିକାଶର କାମ । କିନ୍ତୁ ଏବେ ବି ସ୍ୱାଭିମାନ ଅଂଚଳରେ ଏମିତି ଗାଁ ରହିଛି, ଯେଉଁଠି ଲୋକେ ଜଙ୍ଗଲୀ ଜୀବନ ଜିଉଁଛନ୍ତି । ପାହାଡ ଆଉ ଜଙ୍ଗଲ ମଝିରେ ଗାଁ । ଏଠି ନାଁ ଅଛି ରାସ୍ତା ନା ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ଅନେକ ଦୂରରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବୁଡାକୁଣ୍ଡ ଗାଁ ।

 ଜଙ୍ଗଲ ଭିତରେ ରହୁହନ୍ତି ୧୬ଟି ପରିବାର । ସଦର ମହୁକମା ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ ସ୍କୁଲ ନଥିବାରୁ ଜଙ୍ଗଲି ରାସ୍ତା ପାରି ହୋଇ ପାଖ ଗାଁ ସ୍କୁଲକୁ ଯାଆନ୍ତି କୁନି କୁନି ପିଲା । ନାହିଁ ନାହିଁର ବୁଡାକୁଣ୍ଡ ଗାଁକୁ ରାସ୍ତା ନଥିବାରୁ ଆସି ପାରେନି ଆମ୍ବୁଲାନ୍ସ । ଆଉ ଗ୍ରାମବାସୀ ପିଉଥିବା ପାଣିକୁ ଦେଖି ଆପଣମାନେ ଅନୁମାନ କରିପାରୁଥିବା ଏଠାକାର ଜଳ ସମସ୍ୟା କଥା ।

ଗାଁର ହାତ ଗଣତି କେତେ ଜଣଙ୍କୁ ଭତା ମିଳିଥିବା ବେଳେ ଏବେ ବି ଅନେକ ବୃଦ୍ଧବୃଦ୍ଧା ଭତାରୁ ବଂଚିତ । ଆଉ ସ୍ୱଚ୍ଛ ଭାରତରେ ୧୬ଟା ପରିବାର ପାଇଁ ମାତ୍ର ୪-୫ଟି ପାଇଖାନା କରି ବାକି ଟଙ୍କା ଚଳୁ କରି ଦେଇଛି ଠିକାଦାର । ବର୍ଷ ବର୍ଷ ଧରି ଆଦିବାସୀ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ରହୁଥିବା ବେଳେ ଏମାନଙ୍କ ସମସ୍ୟା ସମାଧାନ ପାଇଁ ଦାବି ହେଉଛି ।