କନକ ବ୍ୟୁରୋ : ମାଲକାନଗିରିରେ ପୁଣି ଫେରିଲା କରୋନା କଟକଣା । ମାଲକାନଗିରି ସୀମାକୁ ଚାରି ପଟୁ ସିଲ୍ କଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଛତିଶଗଡ ସୀମାବର୍ତୀ ଚାଲାଣଗୁଡା, ପଡିଆ ସମେତ ଓଡ଼ିଶାର ଶେଷ ସୀମା ମୋଟୁ ଠାରେ ମଧ୍ୟ ଫେରିଛି କରୋନା କଟକଣା । ଏ ହେଉଛି ମୋଟୁ ସୀମାର ଦୃଶ୍ୟ । ଏଠାରେ ପୁଣି ପ୍ରବାସୀଙ୍କ ଫେରିବା ଆରମ୍ଭ ହୋଇଥିବାବେଳେ ଆରଟିପିସିଆର ଟେଷ୍ଟ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ ନେଇଛନ୍ତି ବ୍ୟକ୍ତିଙ୍କ ରିପୋର୍ଟ ଯାଂଚ କରାଯାଉଛି ।
ସୀମାନ୍ତ ରାଜ୍ୟରୁ ମାଲକାନଗିରିକୁ ପ୍ରବେଶ ମନା : ସୀମା ସିଲ୍ କରି ଜିଲ୍ଲା ପ୍ରଶାସନର କଡାକଡି ଯାଂଚ
/kanak/media/post_attachments/wp-content/uploads/2021/04/16-11.jpg)