କନକ ବ୍ୟୁରୋ : ପୋଲ ଉପରେ ଆଣ୍ଠୁଏ ପାଣି । ଲଗାଣ ବର୍ଷାରେ ମାଲକାନଗିରିରୁ ଆସିଛି ଏପରି ଚିତ୍ର । ଜିଲ୍ଲାର ତାର୍ଲାକୋଟା ପୋଲ ଉପରେ ଆଣ୍ଠୁଏ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ମାଲକାନଗିରି-ବାଲିମେଳା ଯାତାୟତ ପ୍ରଭାବିତ ହୋଇଛି ।
ସେପଟେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର କେକେତ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜୁଛି । ଏପରିକି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୫ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳ ପାଇଁ ଏହି ସତର୍କ ଜାରି କରାଯାଇଛି । ଏହାର ପ୍୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ଆଶଙ୍କା ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/12_00000-7.jpg)