କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାର ବାକା ପରିବାର । ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ ବାକା ଓ ତାଙ୍କ କର୍ମୀମାନେ ବଡଡୁରାଲ ସରପଂଚଙ୍କୁ ଭୋଟ ଦେବା ଲାଗି ଇଶ୍ୱର ନାଁରେ ଶପଥ ପାଠ କରାଇ ଥିବାର ଏକ ଭିଡିଓ ଏବେ ଭାଇରାଲ ହବାରେ ଲାଗିଛି ।
ସରପଂଚ ପ୍ରାର୍ଥୀ ଭିକାରୀ କର୍ସାନୀ ଓ ସମିତି ସଭ୍ୟ ପ୍ରାର୍ଥୀ ଚୈତନ୍ କିର୍ସାନୀଙ୍କୁ ସାଙ୍ଗରେ ରହିବା ସହ ତାଙ୍କୁ ଜିତାଇବା ଯାଏଁ ସାଥିରେ ରହିବେ । ନହେଲେ ଇଶ୍ୱରଙ୍କ ଦ୍ୱାରା ଦଣ୍ଡିତ ହେବେ, ଏପରି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକଙ୍କ ପୁଅ ଓ ପୁତୁରା ସମିତି ସଭ୍ୟ ପଦ ଲାଗି ପରସ୍ପର ସହ ଲଢେଇ କରୁଥିବା ସହ ଜିଲ୍ଲା ପରିଷଦ ସଭ୍ୟ ଲାଗି ମୈଦାନାରେ ଝିଆରି ଥିବାରୁ ପୂର୍ବରୁ ଚର୍ଚ୍ଚାରେ ରହି ଆସିଛି ବାକ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/7-26.jpg)