ମାଲକାନଗିରିରେ କୋଭିଡ଼ କଟକଣା ଭିତରେ ଚାଲିଛି ବଡ଼ଯାତ୍ରା : ନିଜର ଓ ସର୍ମ୍ପକୀୟଙ୍କ ଶୁଭ ମନାସି ଭିଡ଼ ଜମାଇଛନ୍ତି ମାନସିକଧାରୀ

ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ

70

କନକ ବ୍ୟୁରୋ : ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା । ଆନ୍ଧ୍ରପ୍ରଦେଶର ପୋଲେରୁ ଠାରୁ ଆରମ୍ଭ ହୋଇ ମାଲାକନଗିରି ଯାଏଁ ଚାଲିଛି ଏହି ବଡ ଯାତ୍ରା ପର୍ବ । ଚଳିତ ବର୍ଷ କୋଭିଡ କାଳରେ ବଡ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ପୋଲେରୁ ନଇ ଘାଟରେ ବ୍ୟାପକ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।

ତଥାପି ହଜାର ହଜାର ସଖ୍ୟକ ଭିଡକୁ ଦେଖି ଯାତ୍ରା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ୨୩ ରୁ ୩୧ ଯାଏଁ ରାତି ୯ ରୁ ସକାଳ ୬ ଯାଏଁ ରାତ୍ରି କର୍ଫ୍ୟୁ ଲାଗୁ ହୋଇଥିବା ବେଳେ କେବଳ ୨୦୦ ଭକ୍ତ ଓ ସେବାୟତଙ୍କୁ କୋଭିଡ ନିୟମ ମାନି କେବଳ ରିତି ନୀତି ପାଳିବାକୁ ଅନୁମତି ହୋଇଛି ।