କନକ ବ୍ୟୁରୋ : ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା । ଆନ୍ଧ୍ରପ୍ରଦେଶର ପୋଲେରୁ ଠାରୁ ଆରମ୍ଭ ହୋଇ ମାଲାକନଗିରି ଯାଏଁ ଚାଲିଛି ଏହି ବଡ ଯାତ୍ରା ପର୍ବ । ଚଳିତ ବର୍ଷ କୋଭିଡ କାଳରେ ବଡ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ପୋଲେରୁ ନଇ ଘାଟରେ ବ୍ୟାପକ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।
ତଥାପି ହଜାର ହଜାର ସଖ୍ୟକ ଭିଡକୁ ଦେଖି ଯାତ୍ରା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ୨୩ ରୁ ୩୧ ଯାଏଁ ରାତି ୯ ରୁ ସକାଳ ୬ ଯାଏଁ ରାତ୍ରି କର୍ଫ୍ୟୁ ଲାଗୁ ହୋଇଥିବା ବେଳେ କେବଳ ୨୦୦ ଭକ୍ତ ଓ ସେବାୟତଙ୍କୁ କୋଭିଡ ନିୟମ ମାନି କେବଳ ରିତି ନୀତି ପାଳିବାକୁ ଅନୁମତି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/11-34.jpg)