ମାଲକାନଗିରିରେ ଅସହାୟ ଯୁବତୀଙ୍କୁ ଅସଦଚାରଣ ମାମଲା: ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

103

କନକ ବ୍ୟୁରୋ: ଜଙ୍ଗଲ ଭିତରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ ଘଟଣା, ଗିରଫ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ମାଲକାନଗିରି ପୁଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ସମସ୍ତ ଅଭିଯୁକ୍ତଙ୍କ ଘର ସିନ୍ଧ୍ରିମାଳ ବୋଲି ସୂଚନା ରହିଛି । ପଦ୍ମଗିରରେ ଯୁବକ-ଯୁବତୀ ଏକୁଟିଆ ଥିବାବେଳେ ଏମାନେ ଅସଦାଚରଣ କରିଥିଲେ । ପରେ ଏହାର ଭିଡିଓ ଭାଇରାଲ ହୋଇଥିଲା ।
ଯୁବକଙ୍କ ଉପସ୍ଥିତିରେ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା । ମାଲକାନଗିରି ପଦ୍ମଗିରି ଅଂଚଳରେ ଏଭଳି ଘଟଣା ଘଟିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏଭଳି ସାଂଘାତିକ ସତ ସାମ୍ନାକୁ ଆସିଛି । ତେବେ ଘଟଣା ନେଇ ଏ ଯାଏଁ ଥାନାରେ ମାମଲା ରୁଜୁ ହୋଇନାହିଁ । ପୁଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ।