ମାଲକାନଗିରି ତାମସା ମେନ୍ କେନାଲ ଭୁଶୁଡିବାରୁ ସୃଷ୍ଟି ହେଲା କୃତ୍ରିମ ବନ୍ୟା : ଦୋରିଗୁଡା ଗାଁରେ ବ୍ୟାପକ କ୍ଷୟକ୍ଷତି, ଜଳମଗ୍ନ ହେଲା ଚାଷ ଜମି 

Advertisment
ମାଲକାନଗିରି ତାମସା ମେନ୍ କେନାଲ ଭୁଶୁଡିବାରୁ ସୃଷ୍ଟି ହେଲା କୃତ୍ରିମ ବନ୍ୟା : ଦୋରିଗୁଡା ଗାଁରେ ବ୍ୟାପକ କ୍ଷୟକ୍ଷତି, ଜଳମଗ୍ନ ହେଲା ଚାଷ ଜମି 

କନକ ବ୍ୟୁରୋ : ମାଲକାନଗିରି ତାମସା ମେନ୍ କେନାଲ ଭାଙ୍ଗି ଯିବାରୁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଦୋରିଗୁଡା ଏମପି ଭି-୨ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହେକ୍ଟର ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇଛି ।  ୧୦ ରୁ ଅଧିକ ଘର ଜଳମଗ୍ନ ହେବା ସହ କାନ୍ଥ ବାଡ ଭୁଷୁଡି ପଡିଛି । ମାଲକାନଗିରି ଜିଲ୍ଲାର ଲାଇଫ ଲାଇନ କୁହା ଥିବା ତାମସା ମେନ କେନାଲରେ ଫାଟ ଥିବା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ତେବେ କୌଣସି ପଦକ୍ଷେପ ନେଇ ନ ଥିଲା ଜଳସେଚନ ଭିଭାଗ । ଏଥିପାଇଁ ଦାୟିତ୍ୱହୀନ ଅଧିକାରୀଙ୍କୁ ଦାୟୀ କରିଛନ୍ତି ଗ୍ରାମାବାସୀ ।

ବର୍ତ୍ତମାନ ସୁଦ୍ଧା ବି ପାଣିର ପ୍ରଖରତା କମି ନଥିବାରୁ ତଳିଆ ଗାଁ ଗୁଡିକର ଲୋକେ ଚିନ୍ତାରେ ପଡିଯାଇଛନ୍ତି। ଏମପି ଭି-୨ ଗ୍ରାମର ଅନେକ ପରିବାର ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଜଳସେଚନ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନଥିବା ବେଳେ ଜିଲା ପ୍ରଶାସନ ସେଭଳି ତତ୍ପରତା ଦେଖିବାକୁ ମିଳିନାହିଁ। ରାତି ହେବାରୁ ବିପଦ ମଧ୍ୟ ବଢୁଛି। ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହେଉଛି। କେନାଲର ମରାମତି ଏବଂ ତଦାରଖ ପାଇଁ ବିଭାଗୀୟ ଅଧିକାରୀ ନିଯୁକ୍ତି ପାଇଥିବା ବେଳେ କିପରି ଅଣଦେଖା କଲେ ଏହା ଏବେ ତଦନ୍ତ ସାପେକ୍ଷ ବୋଲି କୁହାଯାଇଛି। ଏନେଇ ଉପଜିଲ୍ଲାପାଳ, ତହସିଲଦାରଙ୍କୁ ପଚାରିବାରୁ ଏବିଷୟରେ ଜାଣିନଥିବା କହିବା ସହ ଦେଖୁଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe