କରୋନା କଟକଣା: ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୩ ଦିନ ପାଇଁ ନବରଙ୍ଗପୁର ସଟଡାଉନ; ସେପଟେ ମାଲକାନଗିରିର ୨ଟି ସହରରେ ପ୍ରତି ଶନିବାର ଏବଂ ରବିବାର ସଟଡ଼ାଉନ ଘୋଷଣା

130

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାକୁ ଆଜି ଠାରୁ ୩ଦିନ ପାଇଁ ନବରଙ୍ଗପୁର ଜିଲ୍ଲାରେ ସଟ ଡ଼ାଉନ । ଆଜି ଠାରୁ ସୋମବାର ମଧ୍ୟ ରାତି ଯାଏଁ ରହିବ ବନ୍ଦ ରହିବ ନବରଙ୍ଗପୁର ଜିଲ୍ଲା । ସଟଡ଼ାଉନକୁ କଡ଼ାକଡ଼ି ପାଳନ କରିବା ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଜିଲ୍ଲାରେ ବର୍ତମାନ ସୁଦ୍ଧା ୩୫୬ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୭୦ ଜଣ ସୁସ୍ଥ ହୋଇଛନ୍ତି । ୮୫ ଜଣ ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର ପୌର ପାଳିକାରୁ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଏହା ସହ ଉମରକୋଟ ସମେତ ଅନ୍ୟ କିଛି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାକୁ ସଟ ଡ଼ାଉନ ଘୋଷଣା କରାଯାଇଛି ।

ସଂକ୍ରମଣ ରୋକିବା ପାଇଁ ମାଲକାନଗିରି ଜିଲ୍ଲାର ୨ଟି ସହରରେ ଶନିବାର ଏବଂ ରବିବାର ସଟ ଡ଼ାଉନ ଘୋଷଣା । ଅଗଷ୍ଟ ମାସର ସପ୍ତାହନ୍ତରେ ପୌରାଂଚଳ ଓ ବାଲିମେଳା ଏନଏସି ସଟ୍ଡ଼ାଉନ ରହୁଛି । ସଟଡ଼ାଉନ ସମୟରେ ଜରୁରୀ ସେବା ଉପଲବ୍ଧ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିବ । ଅମାନିଆଙ୍କୁ ସାବାଡ଼ କରିବା ଲାଗି ପୁଲିସ ପକ୍ଷରୁ ମାଲକାନଗିରି ସହରର ବିଭିନ୍ନ ଛକରେ ଯାଂଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନିୟମ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଠାରୁ ତଣ୍ଡ ଆଦାୟ କରାଯାଇଛି । ସେପଟେ ଘନଘନ ସଟ ଡ଼ାଉନ ଓ ଲକ୍ ଡ଼ାଉନକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି ।