ପ୍ରକଳ୍ପ ଗୋଟିଏ, ଅନୁଦାନ ଦୁଇଟି ; କ’ଣ ହେବ ମାଲକାନଗିରି ଆମ ବସଷ୍ଟାଣ୍ଡର ଭାଗ୍ୟ?

ପ୍ରକଳ୍ପ ଗୋଟିଏ, ଅନୁଦାନ ଦୁଇଟି ; କ’ଣ ହେବ ମାଲକାନଗିରି ଆମ ବସଷ୍ଟାଣ୍ଡର ଭାଗ୍ୟ?

କନକ ବ୍ୟୁରୋ: ପ୍ରକଳ୍ପ ଗୋଟିଏ, ଦୁଇଟି ଅନୁଦାନ। କ’ଣ ହବ ମାଲକାନଗିରି ସଦର ମହକୁମାର ଆମ ବସଷ୍ଟାଣ୍ଡର ଭାଗ୍ୟ? ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କେମିତି ତରବରିଆ ଭାବେ ସବୁ ଯୋଜନା ଗୁଡିକ କାର୍ୟ୍ୟକାରୀ ହେଉଥିଲା ତାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଏବେ ସାମନାକୁ ଆସିବାରେ ଲାଗିଛି।

ଆମ ବସଷ୍ଟାଣ୍ଡ ଯୋଜନାରେ ମାଲକାନଗିରି ସଦର ମହକୁମାରେ ଥିବା ବସଷ୍ଟାଣ୍ଡର ପୁନରୁରଦ୍ଧାର ଲାଗି ୬୬ କୋଟି ୨୭ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିଛି ଓଡିଶା ବାଣିଜ୍ୟ ଓ ପରିବହନ ବିଭାଗ। ଏହାରି ଭିତରେ କିନ୍ତୁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନୂଆ ବସଷ୍ଟାଣ୍ଡ ନିର୍ମାଣ କାମ ଜାରି ରଖିଛି ପୂର୍ତ୍ତ ବିଭାଗ। ତେବେ ଆମ ବସଷ୍ଟାଣ୍ଡ ଯୋଜନା ଏବେ କେମିତି କାର୍ୟ୍ୟକାରୀ ହେବ, କେମିତି ଆନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ହେବ, ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe