କନକ ବ୍ୟୁରୋ: ଜାନୁଆରୀରେ ଉଦ୍ଘାଟିତ ହେବ ମାଲକାନଗିରି ବିମାନବନ୍ଦର । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କ୍ରୀଡା ସଚିବ ତଥା ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ । ମାଲକାନଗିରି ସହର ଉପକଣ୍ଠରେ ଥିବା ବିମାନ ବନ୍ଦର ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ଡିସେମ୍ବର ଶେଷ ସୁଦ୍ଧା ରନୱେର ଟ୍ରାଏଲ ରନ ସାରିବା ଲାଗି ଲକ୍ଷ ରଖାଯାଇଛି । ତେଣୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛନ୍ତି ଠିକାଦର, ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ।

Advertisment

ମାଲାକନଗିରି ବିମାନ ବନ୍ଦର ରନୱେର ଲମ୍ବ ୧୬ ଶହ୨୦ ମିଟର ହୋଇଥିବା ବେଳେ ଏହାର ଓସାର ୩୦ ମିଟର ଥିବା ଜଣାପଡିଛି । ଅବଶ୍ୟକ ସ୍ଥଳେ ଏହାକୁ ୩ ହଜାର ମିଟର ବା ୩ କିଲୋମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ପାରିବ ।