ମାଲକାନଗିରି ସୀମାରେ ଆଦିବାସୀ ମେଳି ! ଛତିଶଗଡ ସରକାରଙ୍କ ଡ୍ୟାମ୍ ନିର୍ମାଣକୁ ବିରୋଧ , ୪୦ରୁ ଅଧିକ ଗାଁ ଓ ଚାଷଜମି ବୁଡିବାର ଆଶଙ୍କା ।

439

ଛତିଶଗଡ ସରକାରଙ୍କ ମନମାନୀ ବିରୋଧରେ ମାଲକାନଗିରି ସୀମାରେ ଆଦିବାସୀଙ୍କ ମେଳି । ଓଡିଶା ସୀମାନ୍ତରେ ଥିବା ଛତିଶଗଡର କକରାଲ ଓ ଭିମସନ୍ ଘାଟରେ ଛତିଶଗଡ ସରକାରଙ୍କ ଡ୍ୟାମ ନିର୍ମାଣକୁ ବିରୋଧ କରିଛନ୍ତି ଆଦିବାସୀ ସଂଘ । ଏହି ଡ୍ୟାମ ନିର୍ମାଣ ହେବା ଫଳରେ ଓଡିଶାର ୪୭ ଟି ଗାଁ ଓ ଚାଷଜମି ବୁଡିବାର ଆଶଙ୍କା କରିଛନ୍ତିି । ତେଣୁ ସରକାରଙ୍କ ବିରୁଦ୍ଧରେ ଠିଆ ହୋଇଛନ୍ତି ଆଦିବାସୀ ।

 

 

ଏକ ବିରାଟ ଶୋଭାଯାତ୍ରାରେ ବାହାରି ପ୍ରାୟ ୭ଟି ପଂଚାୟତର ଶହଶହ ଆଦିବାସୀ ଏହାକୁ ବିରୋଧ କରିଥିଲେ । ମାଓ ଅଧ୍ୟୁଷିତ ଏହି ଅଂଚଳରେ ଡ୍ୟାମ ନିର୍ମାଣ କଲେ ଶହଶହ ହେକ୍ଟର ଚାଷଜମି ପ୍ରଭାବିତ ହେବା ଆଶଙ୍କା ଅଛି । ତେଣୁ ଆଦିବାସୀ ମେଳିରେ ଡ୍ୟାମ ନିର୍ମାଣ ଯୋଜନାକୁ ବନ୍ଦ କରିବାପାଇଁ ଚେତାବନୀ ଦିଆଯାଇଛି । ନଚେତ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରିବାପାଇଁ ମଧ୍ୟ ନିଷ୍ପତି ନେଇଛନ୍ତି ସଂଘ ।