କରୋନା ପାଇଁ ସ୍କୁଲରେ ପଡିଛି ତାଲା : ନିଜ ଗାଁର ପିଲାଙ୍କୁ ପାଠ ପଢାଉଛନ୍ତି ଗାଁର ଉଚ୍ଚଶିକ୍ଷିତ ଯୁବକ ସୁମନ

151

କନକ ବ୍ୟୁରୋ : ମହାମାରି କରୋନା ଯୋଗୁଁ ବିଦ୍ୟାଳୟ ବନ୍ଦ ଥିବା ବେଳେ ପିଲାଙ୍କ ପାଠପଢା ଚିନ୍ତା ଅଭିଭାବକଙ୍କୁ ଘାରିଛି । ଏପରି ସମୟରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଉପାନ୍ତ କାଲାପାଲ୍ଲି ଗାଁରୁ ଆସିଛି ଭିନ୍ନ ଚିତ୍ର । ଗ୍ରାମବାସୀ ସ୍କୁଲ ପିଲାଙ୍କୁ ପାଠ ପଢାଇବା ଦାୟିତ୍ୱ ଗାଁର ଶିକ୍ଷିତ ଯୁବକଙ୍କୁ ଦେଇଛନ୍ତି । ଆଉ ଗାଁ ପିଲାଙ୍କୁ କରୋନା ନିୟମ ମାନି ପାଠ ପଢାଉଛନ୍ତି ଗାଁର ଶିକ୍ଷିତ ଯୁବକ । କାଲାପଲ୍ଲି ଗାଁର ସୁମନ ବାରିକ ମାଲକାନଗିରି ଡିଗ୍ରୀ କଲେଜର ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଛାତ୍ର ସୁମନ ପ୍ରତିଦିନ ୨ରୁ ୩ ଘଂଟା ପିଲାଙ୍କୁ ପାଠ ପଢାଉଛନ୍ତି ।