ମାନବ ସେବା ହିଁ ମାଧବ ସେବା । ୧୦୮ ଡ୍ରାଇଭର ଭାବେ କାର୍ଯ୍ୟକରୁଛନ୍ତି , ରୋଗୀଙ୍କୁ ନିଜର ଭାବି ସେବା କରି ସାରା ଜିଲ୍ଲାରେ ଏବେ ଚର୍ଚ୍ଚାରେ ଅଛନ୍ତି

623

କନକ ବ୍ୟୁରୋ : ମାନବ ସେବା ହିଁ ମାଧବ ସେବା । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର । ମାଲକାନଗିରି ଜିଲ୍ଲା ମାଥୀଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଆମ୍ବୁଲାନ୍ସ ଡ୍ରାଇଭର କ୍ରୀଷ୍ଣା ରାଓ । ଗାଡି ଚାଳକ ହୋଇ ପରୋପକାର ତଥା ସେବା କ୍ଷେତ୍ର ରେ ନିଜ ର ଭିନ୍ନ ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି । କେବଳ ରୋଗୀଙ୍କୁ ଡାକ୍ତରଖାନା ପହଁଚାଇବା ନୁହଁ, ବରଂ ରୋଗୀଙ୍କୁ ମେଡିକାଲ ଆଡମିଟ୍ କରାଇବା ସହ ଆବଶ୍ୟକ ସ୍ଥାଳେ ରକ୍ତଦାନ କରିବା ସତେ ଯେମିତି ତାଙ୍କ ଅଭ୍ୟାସ ପାଲଟିଛି ।

ଯେମିତି ନାମ ସେମିତି କାମ । ରୋଗୀଙ୍କ ପାଇଁ ଦେବଦୁତ ଏ କ୍ରୀଷ୍ଣା ରାଓ । ମାଲାକନଗିରି ଜିଲ୍ଲା ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଭାବେ ଗତ ୬ ବର୍ଷ ଧରି କାମ କରି ଆସୁଛନ୍ତି କ୍ରୀଷ୍ଣା । ଆଉ ୬ ବର୍ଷ ର କାର୍ଯ୍ୟକାଳରେ କେବଳ ମାଥିଲି ନୁହଁ ବରଂ ରୋଗୀ ସେବା କ୍ଷେତ୍ର ରେ ପୁରା ମାଲକାନଗିରି ଜିଲ୍ଲାରେ ଏକ ଚର୍ଚିତ ଚେହେରା ପାଲୋଟିଛନ୍ତି କ୍ରୀଷ୍ଣା ରାଓ । ୧୦୮ କଲ ସେଂଟରରୁ ଫୋନ ପାଇବା ମାତ୍ରେ ଦେବଦୁତ ସାଜି ଘଟଣା ସ୍ଥଳରେ ପହଁଚି ଯାନ୍ତି କ୍ରୀଷ୍ଣା । ସେ ଦୁର୍ଘଟଣା ର ଶୀକାର ପୀଡିତ ହୁଅନ୍ତୁ ବା ଅପହଁଚ ଇଲାକାରେ ପ୍ରସବ ବେଦନା ରେ ଛଟପଟ ହୋଉ ଥିବା ମହିଳା, ରାସ୍ତା ଥାଉ ବା ନ ଥାଉ, ମାଇଲ ମାଇଲ ପାଦ ଚଲା ରାସ୍ତା ଅତିକ୍ରମ କରି ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ଆଣନ୍ତି କ୍ରୀଷ୍ଣା ରାଓ । ଅନେକ ସମୟରେ ଜୀବନ-ମରଣ ସଂଗ୍ରାମ କରୁ ଥିବା ରୋଗୀ ଙ୍କୁ ରକ୍ତଦାନ କରିବା କ୍ରୀଷ୍ଣା ପାଇଁ କିଛି ନୁଆ କଥା ନୁହଁ ।

କେବଳ ଡାକ୍ତରଖାନାରେ ରୋଗୀଙ୍କୁ ପହଁଚାଇବା ନୁହଁ, ବରଂ ଡାକ୍ତରଖାନା ରେ ପହଁଚିବା କ୍ଷଣି ରୋଗୀଙ୍କ କାଗଜ ପତ୍ର ପ୍ରସ୍ତୁତ କରାଇ ତାଙ୍କୁ ସୁରକ୍ଷିତ ୱାର୍ଡ ଯାଏଁ ପହଁଚାଇଥାନ୍ତି କ୍ରୀଷ୍ଣା । ଡ୍ୟୁଟିରେ ଥିବା ଦିଦି ଓ ଡାକ୍ତରଙ୍କ ସହ ପରମାର୍ଶ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ବୁଝାଇ ସେଠାରୁ ଫେରନ୍ତି କ୍ରୀଷ୍ଣା । ଆଉ ଅନେକ ସମୟରେ ଗରିବ ରୋଗୀଙ୍କୁ ଟଙ୍କା ଦେଇ ସହାୟତା କରିବା ସହ ଆବଶ୍ୟକ ସ୍ଥଳେ ଶବ କୁ ଘର ପହଁଚାଇବାର ମଧ୍ୟ ବିଡା ଉଠାଇ ଥାନ୍ତି ଏହି ଦେବ ଦୁତ ।

ଜଣେ ଦୁର୍ଘଟଣା ରେ ଶିକାର ଯୁବକଙ୍କ ୫୦୦୦୦ ଟଙ୍କା ଫେରଇ ବେଶ ଚର୍ଚା କୁ ଆସି ଥିଲେ କ୍ରୀଷ୍ଣା । ଆଉ କ୍ରୀଷ୍ଣା ରାଓଙ୍କ ଏହି ସମର୍ପିତ ମନୋଭାବ ଯୋଗୁ ତାଙ୍କ ୧୦୮ ଆମ୍ବୁଲାନ୍ସକୁ ଏବେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ରୁ ଅତି ଦୁର୍ଗମ ତଥା ମାଓ ପ୍ରବଣ କିଆଙ୍ଗ ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର ରେ ମୁତୟନ କରା ଯାଇଛି ।