କନକ ବ୍ୟୁରୋ : ମାଲକାନାଗିରିରେ ମୋଟର ସାଇକେଲରେ ଶବ ବୁହା ହେବା ଘଟଣାରେ କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ମାଲକାନିଗିରି ସିଡିଏମଓ ମେଡିକାଲର ନର୍ସିଂ ୱାର୍ଡ ଇନଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଲା ତା ଉପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଶବ ନେବା ପାଇଁ ସରକାରଙ୍କ ତରଫରୁ କରାଯାଇଥିବା ମହାପ୍ରଣାୟ ଗାଡି ନେବାକୁ କଣ ପାଇଁ ପରାମର୍ଶ ଦିଆଯାଇନଥିଲା ସେମ୍ପର୍କରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଛି ।
ଗତାକାଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ବର୍ଷର କୁନି ଝିଅର ମୃତ୍ୟୁ ହୋଇଥିଲା । ମ୍ୟାଲେରିଆ ଜ୍ୱରରେ ପିଡୀତ ହୋଇ ସେ କିଛି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ ରକ୍ତ ଅଭାବରୁ ଝିଅ ମୁତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପରେ ଝିଅର ଶବ ନେବାକୁ ମହାପ୍ରୟାଣ ଗାଡି ପାଇଁ ୭୦୦ରୁ ୮୦୦ ଟଙ୍କା ଲାଗିବ ବୋଲି କହିଥିଲେ ସ୍ଥାନୀୟ ଡାକ୍ତରଖାନା କର୍ତୃପକ୍ଷ । ପାଖରେ କିନ୍ତୁ ଟଙ୍କା ନଥିବାରୁ ପରିବାର ଲୋକେ ୧୨ କିଲୋମିଟର ବାଇକରେ ଶବ ନେଇଥିଲେ ।