ଲୋପପାଇ ଯିବ କି ସ୍ୱାଭିମାନ ଅଂଚଳର ଘୋଡା! ସଂରକ୍ଷଣ କଥା ଚାଲିଥିବା ବେଳେ କମୁଛି ଘୋଡ଼ା ସଂଖ୍ୟା!

191

କନକ ବ୍ୟୁରୋ : ଓୟୁଏଟିର ପଶୁ ପ୍ରଜନନ ବିଭାଗର ମୁଖ୍ୟ ଡକ୍ତର ସୁଶାନ୍ତ ଦାଶଙ୍କ ଗବେଷଣା ପରେ ଚର୍ଚ୍ଚାକୁ ଆସିଛି ସ୍ୱାଭିମାନ ଅଂଚଳ ଘୋଡା । ଏହି ଘୋଡାର ଅନେକ ସ୍ୱତନ୍ତ୍ରତା ଥିବାରୁ ଏହାକୁ ଅଷ୍ଟମ ପ୍ରଜାତିର ମାନ୍ୟତା ଲାଗି ଦାବି ଉଠିଛି । ଏହି ଘୋଡା ଚଢି ପୂର୍ବରୁ ବିଚ୍ଛିନାଂଚଳକୁ ଯାଉଥିଲେ ସରକାରୀ ବାବୁ । ହାଟବାଟ କରିବାରେ ଲୋକଙ୍କ ପରିବହନ ମାଧ୍ୟମ ସାଜିଥାନ୍ତି ଏମାନେ । ହେଲେ ଏବେ କିନ୍ତୁ ସ୍ୱାଭିମାନ ଅଂଚଳର ସ୍ଥିତି କିଛି ଅଲଗା ରହିଛି ।

ଗୋଟିଏ ପଟେ ସଂରକ୍ଷଣର କଥା କୁହାଯାଉଥିବା ବେଳେ ଅନ୍ୟପଟେ ସ୍ୱାଭିମାନ ଅଂଚଳରେ ଘୋଡାଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଯେଉଁ ଜନ୍ତାପାଇ ହାଟରେ ଶହ ଶହ ଘୋଡା ଦେଖିବାକୁ ମିଳୁଥିଲା, ଏବେ ସେଠାରେ ହାତ ଗଣତି କେତୋଟି ଘୋଡା ଦେଖିବାକୁ ମିଳୁଛି ।