ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟସେବାରେ ବିଚିତ୍ର ବ୍ୟବସ୍ଥା । ଉଦଘାଟନର ୨ ବର୍ଷ ପରେ ସେବା ଯୋଗାଇବାରେ ଅସମର୍ଥ ବଡପଡା କ୍ରିଟିକାଲ୍ କେୟାର ସେଂଟର

90

କନକ ବ୍ୟୁରୋ : ମାଲକାନଗିରି ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ କରିବା ପାଇଁ ୧୫୧ ଗାଁର ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲାଗି ଆମେରିକା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଏହି ୫୦ ସଜ୍ଜା ବିଶିଷ୍ଟ ଡାକ୍ତରଖାନା କରାଯାଇଛି । ବଡପଡା ଠାରେ ଅତ୍ୟାଧୁନିକ ପୋରଟେବୁଲ ହେଲ୍ଥ କେୟାର ୟୁନିଟ୍କୁ ୨୦୨୨ ଜାନୁଆରୀ ୧୦ରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଉଦଘାଟନର ୨ ବର୍ଷ ପରେ ମଧ୍ୟ ଏହା ଲୋକଙ୍କ କାମରେ ଲାଗି ପାରୁନାହିଁ । କ୍ରିଟିକାଲ କେୟାର ସେଂଟରରେ କେଉଁଠି ଅକ୍ସିଜେନ ପାଇପ ଫାଟି ଗଲାଣି, ତ ଆଉ କେଉଁଠି ପ୍ଲାଇ ଫାଟି ଆଁ କରିଛି ।

ପାଣିରେ ପଡିଲା ଆମେରିକା ଇଣ୍ଡିଆ ଫାଉଣ୍ଡେସନର ୨ କୋଟି ଅନୁଦାନ! ୨ କୋଟି ବ୍ୟୟରେ ନିର୍ମିତ ୫୦ ଶଯ୍ୟା ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ କ୍ରିଟିକାଲ କେୟାର ୟୁନିଟରେ ରହିଛି ୪ ଶଯ୍ୟା ବିଶିଷ୍ଟ ଆଇସିୟୁ । ୧୦ଟି ଏଟିୟୁ ଶଯ୍ୟା ଏବଂ ୩୬ଟି ସାଧାରଣ ବର୍ଗର ଶଯ୍ୟା ବ୍ୟବସ୍ଥା ରହିଛି ଏହି ଡାକ୍ତରଖାନାରେ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଏକ କୋଟିରୁ ଉର୍ଧ ଟଙ୍କା ଖର୍ଚ କରିଛନ୍ତି ।

ସେପଟେ ବଡପଡା ନିକଟସ୍ଥ ଜାନବାଇ ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି, ତାହା କିନ୍ତୁ ବେସରକାରୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ । ତେବେ ଏତେ ବଡ ଭିତିଭୁମି ଥାଇ ଡାକ୍ତରଖାନା ଲୋକଙ୍କ କାମରେ ନଲାଗିବାରୁ ସ୍ୱାଭିମାନ ଅଂଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।