କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମାଲକାନଗିରି ଜିଲା । ମନମୋହୁଛି ଆଦିବାସୀ ପାହାଡ ଘେରି ରହିଥିବା ଗାରିଆ ଡୁଡୁମା ଜଳପ୍ରପାତ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଛକରୁ ମାତ୍ର ୭ କିଲୋମିଟର ଗଲା ପରେ ପଡେ ଏହି ଜଳପ୍ରପାତ । ପାହାଡ ଘେରା ବଣଜଙ୍ଗଲର ମନୋର ପରିବଶେ ଭତରେ ଏହି ଝରଣା ପ୍ରତିଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।। ଯାହାପାଇଁ ଏଠାକୁ ପ୍ରତିଦିନ ଲାଗୁଛି ଦୂରଦୂରାନ୍ତରୁ ଲୋକଙ୍କ ଭିଡ । ପ୍ରକୃତିକୁ ମନଭରି ଉପଭୋଗ କରିବା ସହିତ ଜମୁଛି ବଣଭୋଜିର ଆସର । ପାହାଡି ଝରଣାକୁ ପାହାଡ ଉପରୁ ସିଧାସଳଖ ଦେଖିବାର ମଜାନେଉଛନ୍ତି ପର୍ଯ୍ୟଟକ । ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ପଂଚାୟତର ଲୋକ ମାନେ ।
ମୋରମ ରାସ୍ତା ସହିତ ସେହିସ୍ଥାନରେ ଯାନବାହାନ ମଧ୍ୟ ଯିବାର ସୁବିଧା ରହିଛି । ତେବେ ମାଲକାନଗିରିଜିଲା ର ମାଥିଲିବ୍ଲକ ଅନ୍ତର୍ଗତ ଉଦୁଲିବେଡା ପଂଚାୟତ ଅଧିନରେଏହି ଜଳପ୍ରପାତରହିଛି । ଗୋବିନ୍ଦପାଲିଠାରୁ ମାତ୍ର ୭ କିମି ଦୂରତାରେ ରହିଥିବା ଏହିସ୍ଥାନରେ ଗଲା ପରେ କାଠପୋଲ , ପ୍ରକୃତି ଝରଣା ର କୂଳକୂଳ ଶଦ୍ଦ ନିତିଦିନ ପ୍ରକୃତି ପ୍ରେମୀଙ୍କୁ ଟାଣି ନେଉଛି ।
ଗାରିଆ ଡୁଡୁମା ଜଳପ୍ରପାତକୁ ମନଭରି ଉପଭୋଗ କରୁଛନ୍ତି ପ୍ରକୃତିପ୍ରେମୀ । ଆଦିବାସୀ ଇଲାକାରେ ରହିଥିବା ଏହି ସୌନ୍ଦର୍ଯ୍ୟ ସ୍ଥାନରେ ଭୋଜିଭାତ ଆସର ବଢିବାରେ ଲାଗିଛି ।