ପୁଅକୁ ମାରିଦେବାର ଧମକ ଦେଇ ୮ଜଣ ଯୁବକ ୪ମାସ ଧରି ମହିଳାଙ୍କୁ କଲେ ଦୁଷ୍କର୍ମ ! ହାତକାଟି ନ୍ୟାୟ ମାଗିଲେ ପୀଡିତା ।

170

ମାଲକାନଗିରି ଥାନା ରେ ଗଣ ଦୁଷ୍କର୍ମ ମାମଲା କୁ ରଫା ଦଫା କରା ଯାଇ ଥିବା ଅଭିଯୋଗ । ଏପରି ସଙ୍ଗିନ ଅଭିଯୋଗ ଆସିିଛି ମାଲକାନଗିରି ଜିଲ୍ଲାରୁ । ଜଣେ ମହିଳାଙ୍କ ସହ ଗଣ ଦୁଷ୍କର୍ମ ହୋଇ ଥିବା ଅଭିଯୋଗ ନେଇ ମଲକାନଗିରି ପୁଲିସ ର ଦ୍ୱାରସ୍ତ ହୋଇ ଥିଲେ ପୀଡିତା । ତେବେ ପିଡିତାଙ୍କୁ ଏଫ.ଆଇ.ଆର ରୁଜୁ କରି ନ୍ୟାୟ ଦେବା ପରିବର୍ତେ ତାଙ୍କୁ ଧମକ ଚମକ ଦେଇ ମାମଲକା କୁ ରଫା ଦଫା କରା ଯାଇ ଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣକ । ତେବେ ନ୍ୟାୟ ନ ପାଇ ପୀଡିତାଙ୍କ ଆତ୍ମ ହତ୍ୟା ଉଦ୍ୟମ ପରେ ପୁରା ଘଟଣା ଏବେ ସାମ୍ନାକୁ ଆସିଛି ।

ପୀଡିତାଙ୍କ ଅଭିଯୋଗ ଅନୁଯାଇ, ଗତ ୪ ମାସ ଧରି ୮ ଜଣ ଯୁବକ ମହିଳାଙ୍କ ସହ ବାରମ୍ବାର ଦୁଷ୍କର୍ମ କରି ଆସୁ ଥିଲେ । ପ୍ରଥମେ ଦୁଇ ଜଣ ଅପରାଧୀ ଏହି ମହିଳାଙ୍କ ପୁଅ କୁ ମାରି ଦେବା ଧମକ ଦେଇ ତାଙ୍କ ସହ ଦୁଷ୍କର୍ମ କରି ତାଙ୍କ ଅଶ୍ଲିଳ ଭିଡିଓ ବନାଇ ଥିଲେ । ପରେ ଭିଡିଓ ଭାଇରାଲ କରି ଦେବା ଧମକ ଦେଇ ଅପରାଧୀ ଓ ତାଙ୍କ ଅନ୍ୟ ୬ ଜଣ ସାଙ୍ଗ ପ୍ରତିଦିନ ତାଙ୍କ ସହ ଗଣ ଦୁଷ୍କର୍ମ କରି ଚାଲୁ ଥିଲେ । ତେବେ ସ୍ୱାମୀ ପୁରା ଘଟଣା ଜାଣିବା ପରେ ସାହସ ଜୁଟାଇ ମାଲକାନଗିରି ପୁଲିସ ର ଦ୍ୱାରସ୍ତ ହୋଇ ଥିଲେ ପୀଡିତା ଓ ତାଙ୍କ ସ୍ୱାମୀ । ପୀଡିତାଙ୍କ ରିପୋର୍ଟ କୁ ଆଧାର କରି ଗତ ୧୭ ତାରିଖ ଦିନ ୮ ଯୁବକଙ୍କୁ ପୋଲିସ ଦୁଇ ଦିନ ଧରି ଥାନା ରେ ଅଟକ ରଖି ପଚରା ଉଚରା କରିଛି ସତ । କିନ୍ତୁ ଦୁଇଦିନ ପରେ ଅତି ନାଟକିଏ ଢଙ୍ଗରେ ସମସ୍ତ ଅଭିଯୁକ୍ତଙ୍କୁ ଛାଡି ଦେଇଥିଲା ପୁଲିସ । କେବଳ ସେତିକି ନୁହେଁ ଏଥିସହିତ ପୁଲିସ ପିଡିତା ଏବଂ ତାଙ୍କ ସ୍ୱାମୀଙ୍କୁ ଧମକାଇ କହିଛି ସେମାନେ ଲୋକାଲ ଟୋକା, ତାଙ୍କ ସହ ପଙ୍ଗା ନେ ନାଁ, ଯେତେ ପଇସା ଲାଗିବ ନେଇ ଯା ନହେଲେ ତୋ ସ୍ୱାମୀ କୁ ଜେଲ ରେ ପୁରାଇ ଦେବୁ କହି ମାମଲାକୁ ରଫା ଦଫା କରିବା ପଇଁ ବାଧ୍ୟ କରିଥିଲେ ।

ନ୍ୟାୟ ପାଇଁ କାକୁତି ମିନତି କରୁ ଥିବା ପୀଡିତା ଜଣକ କୌଣସି ଉପାୟ ନ ପାଇ ପୁଲିସ ଓ ୮ ଅଭିଯୁକ୍ତ କୁ ମୃତ୍ୟୁ ପାଇଁ ଦାୟୀ କରି ହାତ କାଟି ଆତ୍ମହତ୍ୟା ଉଦ୍ୟମ କରି ଥିଲେ । ତେବେ ମାମଲା ବିଗିଡି ଯିବା ଦେଖି ପୁଣି ଏକ ନୁତନ ଅଭିଯୋଗ ପତ୍ର ଗ୍ରହଣ କରି ମାମଲା ରୁଜୁ କରି ଗତ କାଲି ସେହି ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ମାଲକାନଗିରି ପୁଲିସ । ତେବେ କଥା କଥା ରେ ପ୍ରେସ ମିଟ କରୁ ଥିବା ମାଲକାନଗିର ପୁଲିସ ଏଥର କ୍ୟାମେରା ଠାରୁ ଦୁରେଇ ରହିଛନ୍ତି । ତେବେ ଏହି ପୁରା ଘଟଣା କୁ ଅତି ଗୁରୁତର ସହ ନେଇଛି ମାଲକାନଗିରି ମା ଘର ଶାଖା ।