ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀଙ୍କ ପରଲୋକ । ମାଲକାନଗରିରେ ଶୋକର ଛାୟା

1,358

କନକ ବ୍ୟୁରୋ : ପୂର୍ବତନ ବିଧାୟକ ତଥା ରାଜ୍ୟ ରାଜନୀତିର ଜଣେ ପରିଚିତ ଚେହେରା ଆଦିତ୍ୟ ମାଢିଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସନ୍ଧ୍ୟା ୫ଟା ବେଳେ ତାଙ୍କର ଦେହାନ୍ତ ହୋଇଛି । ସେ ମାଲକାନଗିରିର ପୂର୍ବତନ ବିଧାୟକ ଥିଲେ । ସେ ଗତ ଦୁଇ ସପ୍ତାହ ଧରି ଏମ୍ସରେ ଚିକିତ୍ସାଧିନ ଥିଲେ । ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ସେ ମାଲକାନଗିରି ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଆସନ୍ତା କାଲି ନିଜ ପୈତୃକ ଗ୍ରାମ ମାଲକାନଗିରି ଜିଲ୍ଲା ବାପନପାଲି ପଂଚାୟତ ରୋଡାନପାଲି ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।