କନକ ବ୍ୟୁରୋ : ଏଣିକି ଓଡ଼ିଶାରେ ପାଗ ଶୁଖିଲା ରହିବ। କାଁ ଭାଁ ଅଳ୍ପ ବର୍ଷା ହୋଇପାରେ। ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ନେବ। ୨୭ ତାରିଖ ଯାଏ ପାଗ ଖରାଟିଆ ରହିବ। ୨୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।

Advertisment

publive-imageଅନ୍ୟପକ୍ଷରେ ବାତ୍ୟା ‘ଡାଏ’ ଓ ଲଗାଣ ବର୍ଷା ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଭାବିତ ହୋଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ମାଲକାନଗିରି ଜିଲ୍ଲାର ୫ଟି ବ୍ଳକ (ମାଲକାନଗିରି, କାଲିମେଳା, କୋରକୋଣ୍ଡା, ପଡ଼ିଆ, ଚିତ୍ରକୋଣ୍ଡା)ର ୧୩ଟି ପଞ୍ଚାୟତ ଓ ମାଲକାନଗିରି ପୌରାଞ୍ଚଳରେ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ୬୮ଟି ଓ୍ଵାର୍ଡ, ୪୪ଟି ଗାଁ, ୫୨୦୦ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୨୯ଟି ଘର ସମ୍ପୂର୍ଣ୍ଣ ଓ ୨୮୩ଟି ଘର ଆଂଶିକ ଭାଙ୍ଗିଯାଇଛି। ପ୍ରଶାସନ ପକ୍ଷରୁ ଏବେ ସୁଦ୍ଧା ୩୦୮୦ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୧ଟି ରିଲିଫ୍ କ୍ୟାମ୍ପ ଖୋଲିଛି। ୧୦ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ପୋଟେରୁରେ ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ୨ଟି ଡଙ୍ଗା ମୁତୟନ ରହିଛି। ୮ଟି ମେଡ଼ିକାଲ ଟିମ୍ ଓ ଗୋଟିଏ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ି ସଜାଗ ରହିଛି।

publive-imageବାଲେଶ୍ୱର ଜିଲ୍ଲାର ନୀଳଗିରି, ବାହାନଙ୍ଗା, ବାଲେଶ୍ୱର ଓ ରେମୁଣା ବ୍ଲକର ୧୬୮ଟି ଗାଁ, ଏକ ଲକ୍ଷ ୨୯ ହଜାର ୩୪୪ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୨୭ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୪୫ଟି ଅଂଶିକ ଭାଙ୍ଗିଛି। ପ୍ରଶାସନ ପକ୍ଷରୁ ୬୨୭ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ବାତ୍ୟା ଲାଗି ଯେଉଁମାନେ ପ୍ରଭାବିତ ହୋଇଛନ୍ତି ବା ଯେଉଁମାନଙ୍କର କ୍ଷତି ହୋଇଛି ସେମାନଙ୍କୁ ସରକାର ସମସ୍ତ ପ୍ରକାର ସହାୟତା ରାଶି ଯୋଗାଇ ଦେବେ ବୋଲି ରାଜସ୍ୱ ବିଭାଗ ସୂଚନା ଦେଇଛି ।