କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ ଥାନା ହାଜତ ମୃତ୍ୟୁ ଅଭିଯୋଗ । ବେଆଇନ ଭାବେ ଗଂଜେଇ ଚାଲଣ କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ କମରପଦର ନିକଟରେ ଗିରଫ କରିଥିଲା ମାଥିଲି ଅବକାରୀ ଟିମ୍ । ମହିଳା ଜଣଙ୍କ ଚିତ୍ରକୋଣ୍ଡାରୁ ଜୟପୁର ଅଭିମୁଖେ ୧୦ କେଜି ଗଂଜେଇ ନେଇ ଯାଉଥିବା ଅଭିଯୋଗ ହୋଇଥିଲା । ତେବେ ଅବକାରୀ ଥାନା ହାଜତରେ ମହିଳା ଜଣଙ୍କ ଥିବା ବେଳେ ତାଙ୍କର ସଂଦେହଜନକ ଭାବେ ମୃତ୍ୟୁ ହୋଇଛି । ମାଲକାନଗିରି ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପଇଁ ପଠାଇଛି । ଏସ୍ଡିପିଓଙ୍କ ନେତୃତ୍ୱରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି । ଶାରୀରିକ ନିର୍ଯାତନା ଅଭିଯୋଗ ହେଉଥିବା ବେଳେ ଅବକାରୀ ଥାନା ଅଧିକାରୀ ରବୀନ୍ଦ୍ର ପ୍ରଧାନ କହିଛନ୍ତି ମହିଳାଙ୍କୁ କୌଣସି ନିର୍ଯାତନା ଦିଆଯାଇନଥଲା ।