କନକ ବ୍ୟୁରୋ : ଖଣ୍ଡଗିରି ମେଳାରେ ମାଲିସ ବାବାଙ୍କ ପାଖରେ ଜମୁଛି ଲୋକଙ୍କ ଭିଡ଼ । ମାଲିସ ବାବାଙ୍କ ନାଁ ହେଉଛି ରାମଗିରି ମହନ୍ତ । ସେ ଜଣେ ନାଗା ସାଧୁ । ସେ କାଶୀରୁ ଆସିଛନ୍ତି । ତେବେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏବଂ ଚାଲିନପାରୁଥିବା ଲୋକ ଏବେ ମାଲିସ ବାବାଙ୍କ ପାଖରେ ଭିଡ଼ ଲାଗାଉଛନ୍ତି । ବାବାଙ୍କ କହିବା ମୁତାବିକ ସେ ଜଡ଼ିବୁଟିରେ ଏକ ତେଲ ପ୍ରସ୍ତୁତ କରିଛନ୍ତି । ଏହି ତେଲକୁ ରୋଗୀଙ୍କୁ ମାଲିସ କରୁଛନ୍ତି ।

Advertisment

ଖଣ୍ଡଗିରି ମେଳାର ଆଜି ତୃତୀୟ ଦିନ । ଗତକାଲିଠାରୁ ଆରମ୍ଭ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ । ପୂର୍ଣ୍ଣିମା ପର୍ଯ୍ୟନ୍ତ ଅହରହ ଚାଲିବ ବିଶ୍ୱଶାନ୍ତି ଯଜ୍ଞ । ଅନନ୍ତ ଗୁମ୍ଫା ସମ୍ମୁଖରେ ଗୋସ୍ୱାମୀ ପିତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ ଜାଗମରା ପୋଖରୀରୁ ଘଟ ଆଣି ସ୍ଥାପନ କରିଥିଲେ । ଏହି ଅବସରରେ କଳସ ଶୋଭାଯାତ୍ରା ମଧ୍ୟ ହୋଇଥିଲା ।

ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଖଣ୍ଡଗିରି ମେଳା । କରୋନା କଟକଣା ଯୋଗୁ ଏଥର ଫିକା ପଡ଼ିଛି ଖଣ୍ଡଗିରି ମାଘ ମେଳା । ଏଥର ଖଣ୍ଡଗିରି ମେଳାରେ ଜମିନାହିଁ ଭିଡ଼ । ପୂର୍ବରୁ ବିଶ୍ୱଶାନ୍ତି ଯଜ୍ଞ ପାଇଁ ଶହ ଶହ ସଂଖ୍ୟାରେ ସାଧୁ ଆସୁଥିଲେ । ହେଲେ ଚଳିତ ବର୍ଷ ଏହି ସଂଖ୍ୟା ବହୁତ କମ୍ ରହିଛି ।