କଟକ ରାଣୀହାଟ ମାଳିସାହି କଂଟେନମେଂଟ ଜୋନ ଘୋଷଣା: ଯାତାୟତ ଉପର ଲାଗିଲା କଟକଣା; ଦୋକାନ ବଜାର କରାଗଲା ବନ୍ଦ

ମାଳିସାହିରୁ ଚିହ୍ନଟ ହୋଇଛନ୍ତି ୭ପଜିଟିଭ

1,379

କନକ ବ୍ୟୁରୋ: ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ କଟକରେ ପୁଣି କଂଟେନେଂଟ ଜୋନ । ରାଣୀହାଟ ମାଳିସାହିକୁ କଂଟେନମେଂଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କଂଟେମେଂଟ ଜୋନରେ ଯାତାୟାତ ଉପରେ କଟକଣା ଲଗାଯାଇଛି । ତୁରନ୍ତ ଖୋଲାହୋଇଥିବା ଦୋକାନ,ବଜାର ବନ୍ଦ କରାଯାଇଛି । ନିକଟରେ ମାଳିସାହି ଅଂଚଳରୁ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ରେକର୍ଡ ସଂଖ୍ୟକ ୫୬୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗଂଜାମରୁ ୩ ଜଣ ଓ ଖୋର୍ଦ୍ଧାରୁ ୨ ଜଣ ଅଛନ୍ତି । ସେହିପରି ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୫୫ ଆକ୍ରାନ୍ତ ଥିବା ବେଳେ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଗଂଜାମରୁ ସର୍ବାଧିକ ୨୧୬ ପଜିଟିଭ ରହିଥିବା ବେଳେ, ଖୋର୍ଦ୍ଧାରୁ ୫୦, ମୟୁରଭଂଜରୁ ୨୮, ନବରଙ୍ଗପୁରରୁ ୧୧, ପୁରୀରୁ ୧୮ ଜଣ, ଜଗତସିଂହପୁରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗୁଡରୁ ୩୬, ସମ୍ବଲପୁରରୁ ୬, ଗଜପତିରୁ ୭ ଓ ଝାରସୁଗୁଡା ଏବଂ କନ୍ଧମାଳରୁ ୮ ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୦୧ରେ ପହଚିଂଛି ।